କୋଭିଡ୍ ସଂକ୍ରମଣର ଦ୍ଵିତୀୟ  ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ

0 3

ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ

ଭୁବନେଶ୍ୱର,: ଦେଶବ୍ୟାପୀ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଓଡିଶା ରାଜ୍ୟ ମଧ୍ୟ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ କୋଭିଡ୍ ସଂକ୍ରମଣର ଦି୍ୱତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶେଷ ଭାବେ ‘ମେରା ବୁଥ୍, କରୋନା ମୁକ୍ତ୍’ ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଗତ ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି । ଭର୍ଚୁଆଲ ମିଟିଂ ଜରିଆରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତେମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି.ସିଂହଦେଓ ଓ ବସନ୍ତ ପଣ୍ଡା, ‘ସେବା ହିଁ ସଂଗଠନ’ର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସହ ସଂଯୋଜକ ନୟନ ମହାନ୍ତି, ବଳଭଦ୍ର ମାଝୀ, ଅଭିମନ୍ୟୁ ସେଠୀ, ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ଓଡିଶାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟାର ବୃଦ୍ଧି, ଡାକ୍ତରଖାନା ଓ ଶଯ୍ୟା ସଂଖ୍ୟା ବୃଦ୍ଧି, ଆସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧ କରାଯିବା, ଭେଂଟିଲେଟର ସଂଖ୍ୟା ବୃଦ୍ଧି କରାଯିବା, କୋଭିଡ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇବା ଆଦି ପ୍ରସଙ୍ଗରେ ଆଜିର ଏହି ସମୀକ୍ଷା ବୈଠକରେ ବିସ୍ତୃତ  ଆଲୋଚନା କରାଯାଇଥିଲା ।

ସେହିପରି ୨ୟ ପର୍ଯ୍ୟାୟର ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସର୍ବଦା ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ହାତ ଧୋଇବାକୁ ବିଜେପିର ସମସ୍ତ କାର୍ଯ୍ୟକର୍ତାମାନେ ସାଧାରଣ ଜନତାଙ୍କୁ ସଚେତନ କରାଇବେ । ପ୍ରତ୍ୟେକ ଦିନ ସମସ୍ତ ଜିଲ୍ଲା ସମେତ ରାଜ୍ୟସ୍ତରୀୟ ସମୀକ୍ଷା ରିପୋର୍ଟ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଜୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସଂଯୋଜକ ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ।

 

Leave A Reply

Your email address will not be published.