ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ଖୋଲାଯାଉ ବୋଲି ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କରୋନା ମହାମାରୀ ରୂପ ଧାରଣ କରି ହୁ ହୁ ହୋଇ ବଢିବା ସହ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି। ହେଲେ ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ଏହି ମାରାତ୍ମକ ରୋଗରୁ ବଞ୍ଚିବା ପାଇଁ ରେଢାଖୋଲ ଠାରେ ଏକ କୋଭିଡ ଡାକ୍ତରଖାନା ଖୋଲା ଯିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର,ନଗର ସଭାପତି ରାମାନୁଜ ମହାପାତ୍ର,ନାକଟିଦେଉଳ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସାହୁ, ସମିତି ସଭ୍ୟ ବିଦେଶୀ ସାହୁ , ରାଜେନ୍ଦ୍ର ପ୍ରସାଦ ବୈଠାରୁ, ନରେନ୍ଦ୍ର ମଲ୍ଲିକ ପ୍ରମୁଖ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.