କରୋନା ସମ୍ପର୍କିତ ଔଷଧ ଏବଂ ସାମଗ୍ରୀ କଳାବଜାରୀ

0 2
  • ଡ୍ରଗ୍ ଅଧିକାରୀ ଏବଂ ପୁଲିସର ମିଳିତ ଚଢ଼ଉ

  • କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ ଯେପରି କରୋନା ସମ୍ପର୍କିତ ଔଷଧ ଏବଂ ସାମଗ୍ରୀର କୁତ୍ରିମ ଅଭାବ ଦେଖାନଯାଏ, ସେନେଇ ସଜାଗ ହୋଇପଡ଼ିଛି ପ୍ରଶାସନ। ଆଜି ଜିଲ୍ଲା ଡ୍ରଗ୍ ଅଧିକାରୀଙ୍କ ସହିତ ପୁଲିସର ବିଭିନ୍ନ ଔଷଧ ଦୋକାନ ଏବଂ ଗୋଦାମ ଉପରେ ଅଚାନକ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ କାଳରେ କୌଣସି ଅନିୟମିତତା ସାମ୍ନାକୁ ଆସିନଥିବା ଜଣାପଡ଼ିଛି। ତେବେ ଏପରି କଳାବଜାରୀ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। କରୋନା ମହାମାରୀ ସମୟରେ ଜନସାଧାରଣ ଯେପରି କରୋନାକୁ ନେଇ ରହିଥିବା ବିଭିନ୍ନ ଔଷଧ ଏବଂ ସାମଗ୍ରୀ ଉଚିତ୍ ମୂଲ୍ୟରେ ଏବଂ ପରିମାଣରେ ପାଇପାରିବେ ସେନେଇ ପ୍ରଶାସନ ଗୁରତ୍ବାରୋପ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.