ଜିଲ୍ଲାରେ କଠୋର ହେଲା କରୋନା କଟକଣା

0 2
  • ଧାର୍ମିକ ଅନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

  • ସିମୀତ ସେବାୟତଙ୍କୁ ନେଇ ହେବ ନୀତିକାନ୍ତି

Coronavirus Resource Center - Harvard Health

ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ କଠୋର ହେବାରେ ଲାଗିଛି କରୋନା କଟକଣା। ରାତ୍ରିକାଳୀନ କର୍ଫ୍ୟୁ ପରେ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆଜି ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ ଭଳି ସମସ୍ତ ଧାର୍ମିକ ଅନୁଷ୍ଠାନ ଏବଂ ଉପାସନା ସ୍ଥଳକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି। ତେବେ ସିମୀତ ସଂଖ୍ୟକ ସେବାୟତ ଏବଂ କର୍ମଚାରୀଙ୍କୁ ନେଇ ଉପରୋକ୍ତ ସବୁ ଧାର୍ମିକ ଅନୁଷ୍ଠାନରେ ନୀତିକାନ୍ତି ଜାରି ରହିବବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି। ଆଜିଠାରୁ ଏହି ନିୟମ ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବାନେଇ ଉଲ୍ଲେଖ କରାଯାଇଛି। ଏହାକୁ ଉଂଲଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଜିଲ୍ଲାକୁ ପୁଣିଥରେ କଡ଼ା କରୋନା କଟକଣା ଲେଉଟିଛି। 

Leave A Reply

Your email address will not be published.