ଦୁଇ ବସ୍ କର୍ମଚାରୀ କୋର୍ଟ ଚାଲାଣ, ପରମିଟ୍ ବାତିଲ ପାଇଁ ପ୍ରସ୍ତାବ

0 2

ବେଆଇନ ଭାବେ କଲିକତା ଯାଉଥିଲା ଦାସ୍ ଏଣ୍ଡ୍ ଦାସ ବସ

ବାରିପଦା/ ଦିଲ୍ଲୀପ ମହାନ୍ତି ,: ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ଥିବାବେଳେ ଗତକାଲି ଦାସ ଓଡି-୧୧-ଏସ-୧୧୧୪ ଦାସ ଏଣ୍ଡ୍ ଦାସ ନାମକ ଏକ ଘରୋଇ ବସ ଯାତ୍ରୀ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା। ତେବେ ଏସମ୍ପର୍କରେ ସୂଚନା ପାଇ ବାରିପଦା ଟାଉନ ଥାନା ପୁଲିସ ବସକୁ ଜବତ କରିଥିଲା। ଆଜି ବସର ଦୁଇ କର୍ମଚାରୀ ଅନନ୍ତ ଗୋପାଳ ବେହେରା(୪୨) ଏବଂ ଦଇତାରୀ ମହାନ୍ତ(୪୦)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସେହିପରି କୋଭିଡ୍ ନିୟମ ଉଂଲଘନ କରି କଲିକତା ଯାଉଥିବାରୁ ବସ୍କୁ ଜବତ କରାଯାଇଛି। ଏପରିକି କରୋନା କାଳରେ ଯାତ୍ରୀଙ୍କ ଜୀବନକୁ ବିପନ୍ନ କରି ଅନ୍ତଃରାଜ୍ୟ ଯାତାୟତ ଉଦ୍ୟମ କରିଥିବାରୁ ବସର ପରମିଟ୍ ବାତିଲ କରିବାକୁ ଚିଠି ଲେଖାଯିବା ନେଇ ସୂଚନା ମିଳିଛି

 

 

Leave A Reply

Your email address will not be published.