କରୋନା ଫାଇଟର ଏବଂ ଯୁବ ବିଜେଡି ପକ୍ଷରୁ କରୋନା ସଚେତନତା I

0 2

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ: ସମ୍ବଲପୁର ମହାନଗର ୧୧ନଂ ୱାର୍ଡ ଲରପଙ୍କ ସ୍ଥିତ ଖଡିଆପଡାଠାରେ ସମ୍ବଲପୁର ବିଜୁ ଯୁବ ଜନତା ଦଳ ଓ ଗତ ବର୍ଷ ଲକ୍ ଡାଉନ୍ ବେଳେ ପାଖାପାଖି ୧୫୦ ଦିନ ଧରି ବରଗଡ ତଥା ସମ୍ବଲପୁରର ଆଖ ପାଖ ଅଞ୍ଚଳରେ ଆବଶ୍ୟକତା ଥିବା ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିବା ବରଗଡ ର “କରୋନା ଫାଇଟର”ର ପ୍ରତିଷ୍ଠାତା ଯୁବ ନେତା ମୌସମ ମିଶ୍ର ତଥା ବରଗଡର ସାଇ ମଲ୍ଟି ହସ୍ପିଟାଲର ସ୍ବେଚ୍ଛାସେବୀ ଡାକ୍ତର ପ୍ରବୀଣ ଅଗ୍ରୱାଲଙ୍କ ଯୁଗ୍ମ ପ୍ରଚେଷ୍ଟାରେ ଲୋକଙ୍କୁ ମହାମାରୀ କରୋନା ସମୟରେ ହାତ ଧୂଆ, ସାମାଜିକ ଦୂରତା ବିଷୟରେ ସଚେତନ କରିବା ସହିତ ମାସ୍କ, ସେନିଟାଇଜର୍ ଓ ହାତ ଧୂଆ ସାବୁନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ଯୁବ ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ହୃଷିକେଶ ଓରାମ, ପୀତବାସ ନାୟକ, ଠୁଡୁ ଖଡିଆ, କୈଳାସ ବଗାର,  ଉତ୍ତମ ବାଗ, କୁନା ବାଗ, ବାବଲୁ ଖଡିଆ, କେ. ରବି କୁମାର, ଏସ୍. କୁମାର ଦେୱଙ୍ଗନ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.