ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ଉଦଘାଟିତ

0 2

ପୋଲସରା   (ଡ଼ଃ.କୁମୁଦ କୁମୁଦ ଚନ୍ଦ୍ର ବେହେରା) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ମାରଦା ମନ୍ଦିର ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା “ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ”ର ଶୁଭ ଉଦଘାଟନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଏପ୍ରିଲ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ , ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତ ବାଡ଼ତ୍ୟା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସଂପାଦକ ଅଶୋକ କୁମାର ବିଷୋୟୀ, ସୁକାନ୍ତ ଭୁୟାଁ  ପ୍ରମୁଖ ଯୋଗଦେଇଥିଲେ। ମାରଦା ର ଶରଣ ଶ୍ରୀକ୍ଷେତ୍ର ମନ୍ଦିର ଓଡ଼ିଶାର ଏକ ପର୍ଯ୍ୟାଟନ ପୀଠ ଭାବରେ ପ୍ରସିଦ୍ଧ ଲାଭ କରି ଥିବା ବେଳେ  ପର୍ଯ୍ୟଟକମାନଙ୍କୁ ଏହି ଶିଶୁ ଉଦ୍ୟାନ ଆନନ୍ଦ ପ୍ରଦାନ କରିପାରିବ ବୋଲି ଆଶା କରାଯାଉଛି।  ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଉନ୍ନତି ଓ ବିକାଶ ପାଇଁ ବିଧାୟକ ଶ୍ରୀ ସାହୁଙ୍କ ଉଦ୍ୟମକୁ ମଥୁରା ପଞ୍ଚାୟତର ସରପଞ୍ଚ  ପ୍ରଦୀପ କୁମାର ନାୟକ, ଅଶୋକ କୁମାର ନାୟକ, ବିକ୍ରମ କୁମାର ନାୟକ, ଖଣ୍ଡରୁ ସରପଞ୍ଚ ରଞ୍ଜିତ କୁମାର ବାରିକ ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.