ମାନବାଧିକାର କର୍ମୀ ମନୋରଞ୍ଜନଙ୍କୁ ବାଣୀପୀଠ ସମ୍ମାନ I 

0 3

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ: ମୟୁଭଞ୍ଜରେ ଥିବା ବାଣୀପୀଠ ତାର ୪୧ତମ ବାଣୀପୀଠ ମହୋତ୍ସବ ପ୍ରତିଭା ସମ୍ମାନ ସମାରୋହ ଚଳିତ ୧୭ ଏବଂ ୧୮ ତାରିଖରେ ପାଳନ କରିଛି। ଏହି ଅବସରରେ ସମ୍ବଲପୁର ଜିଲା ବୁର୍ଲା ସହରର ମାନବାଧିକାର କର୍ମୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ହରେ କୃଷ୍ଣ ସେବା ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରା଼ଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ପତ୍ର ଯୋଗେ ଅନୁରୋଧ କରାଯାଇଥିଲା। ଏବେ କରୋନା କଟକଣା ପାଇଁ ଶ୍ରୀ ପଟ୍ଟନାୟକ ଯିବା ପାଇଁ ମନା କରିବାରୁ ଡାକ ଯୋଗେ ପଠାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଶ୍ରୀ ପଟ୍ଟନାୟକ ପାଠପଢା ସମୟରୁ ପିଲାଙ୍କ ନେତୃତ୍ବ ନେବା ସହ କଲେଜରେ ଛାତ୍ର ସଂସଦ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ବର୍ତ୍ତମାନ ସେ ଅନେକ ଅନ୍ତର୍ଜାତୀୟ ମାନବାଧିକାର ଏବଂ ମିଡ଼ିଆ ସଂଗଠନର ରାଜ୍ୟ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। 

Leave A Reply

Your email address will not be published.