ଅମିତଙ୍କ ପଦକ୍ଷେପକୁ ସମସ୍ତଙ୍କ ପ୍ରଶଂସା 

0

05-07-18-amar.jpg - 77.75 kB

ଓଡିଶା ଆନ୍ଧ୍ର ସୀମାନ୍ତର ଅମର ଯବାନ ଶହୀଦ ସ୍ମୃତି ସ୍ତମ୍ୱ ସ୍ଥାପନ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ତଥା ଓଡିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପାତପାଟଣା ମଣ୍ଡଳ ଏସ କାବିଟି ଗ୍ରାମର ପାରଳା ସହରକୁ ଲାଗିରହିଥିବା ଐତିହାସିକ ପାହଡ ଶୌବଗିରି ପାଦଦେଶରେ ଭାରତୀୟ ସେନାର ଶହୀଦ  ଅମର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ  ସ୍ମୃତି ସ୍ତମ୍ୱ ସ୍ଥାପନ କରାଯାଇଛି ।

ଏହି ଶହୀଦ  ସ୍ମୃତି ସ୍ତମ୍ୱ ସ୍ଥାପନାର ମୁଖ୍ୟ ଉଦ୍ୟୋକ୍ତା ହେଉଛନ୍ତି ଅମିତ ପଟ୍ଟନାୟକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜଣେ ସାମ୍ୱାଦିକ ତଥା ସମାଜସେବୀ ଭାରତୀୟ ସେନାଙ୍କୁ ଅତ୍ୟନ୍ତ ଭଲ ପାଉଥିବା ଏହି ଉଦ୍ୟୋକ୍ତା ନିଜସ୍ୱ ଉଦ୍ୟମରେ ଖର୍ଚ୍ଚ ଓ ଶ୍ରମ ଦେଇ ଏହି ସ୍ମୃତି ସ୍ତମ୍ୱ ସ୍ଥାପନ କରିଛନ୍ତି ଏହି ଐତିହାସିକ ଶୈବଗିରି ପାହାଡ ଉପରେ ସେ ପୁର୍ବରୁ ସେ ଏକ ସୁଗାନେଶ୍ୱର ମନ୍ଦିର ଶୈବଗିରି ଆଶ୍ରମ ସ୍ଥାପନ କରିଛନ୍ତି । ଆଗାମୀ ଦିନରେ ସେ  ସ୍ମଶାନେଶ୍ୱର ମନ୍ଦିର ପରିସରରେ ୧୦୮ ଲିଙ୍ଗ ସ୍ଥାପନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ତେବେ ଏହି ଶହୀଦ ସ୍ମୃତି ସ୍ତମ୍ୱ ଟି କାବିଟି ଗ୍ରାମର ଭାରତୀୟ ସେନା ବାହିନିରେ ଥାଇ ଗତ ୧୧.୦୪.୨୦୧୮ତାରିଖ ଦିନ ଜାମ୍ମୁ କାଶ୍ମୀର ଠାରେ ଆତଙ୍ଗବାଦୀଙ୍କ ଗୁଳିର ଶିକାର ହୋଇ ଶହୀଦ ହୋଇଥିଲେ । ଏସ ଗୁଣାକାର ରାଓ ଏହି ଶହୀଦ ଅମର ଯବାନଙ୍କ ସମେତ ଦେଶର ସୁରକ୍ଷା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ପ୍ରାଣବଳୀ ଦେଉଥିବା ବୀର ସହିଦ ଅମର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସ୍ମୃତି ସ୍ତମ୍ୱ ସ୍ଥାପନ କରାଯାଛି ବୋଲି ଉଦ୍ୟୋକ୍ତା ଅମିତ ପଟ୍ଟନାୟକ କହିଛନ୍ତି ।

ଏହି ଶହୀଦ  ସ୍ତମ୍ଭରେ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ଦୀପ ଲଗାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବୀର ସହିଦ ଅମର ଯବାନ ଗୁଣାକାର ରାଓଙ୍କ ବାପା ଏସ ମାଲେଶ୍ୱର ରାଓ ଏବଂ ଏଡିଏମଓ ଡା ଭି ଲୋକନାଥ ରାଜୁ ପରେ ପରେ ଶହୀଦ ଙ୍କ ପରିବାର ଏବଂ ପାରଳାଖେମୁଣ୍ଡି ଓ କାବିଟି ଗ୍ରାମର ଶତାଧିକ ଲୋକ  ଏହି କାର୍ଯ୍ୟକ୍ରମରେ ଗଜପତି କ୍ଲବର ସଭାପତି ଡା ଲୋକନାଥ ରାଜୁଙ୍କ ସମେତ କ୍ଲବର ସଦସ୍ୟ ସାମିଲ ଥିଲେ । ଉଦ୍ୟୋକ୍ତା ଅମିତ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.