ଜିଲ୍ଲା ସ୍ତରୀୟ ପରିଚାଳକ ନିକାୟ ଓ ପ୍ରକଳ୍ପ ସ୍ତରୀୟ ବୈଠକ

0

05-07-18-parla.jpg - 45.75 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲା ସ୍ତରୀୟ ୭୫ ଜଣ ପରିଚାଳକ ନିକାୟ ଗଭର୍ଣ୍ଣିଂ ବଡି ଏବଂ ୬୮ତମ ପ୍ରକଳ୍ପ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଯୋଗଦେଇ ଆଇଟିଡିଏ ଅଧିନରେ ପରିଚାଳିତ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ଗୁଡିକରେ ବ୍ଲକ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷା ମାନେ ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଉପରେ ଅବଗତ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଲେ ତାହାର ତୁରନ୍ତ ସମାଧାନ ହୋଇପାରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟତଃ ବୈଠକରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନରେ ପରିଚାଳିତ ଆବାସିକ, ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ଛାତ୍ରାବାସ ପ୍ରଭୃତିରେ ପାନୀୟ ଜଳ ଯୋଗାଣ, ପାଇଖାନା ନିର୍ମାଣ କାର୍ଯ୍ୟ, ରହିବା ବ୍ୟବସ୍ଥା, ବିଦ୍ୟୁତକରଣ ପ୍ରଭୃତିର ଉନ୍ନତିକରଣ ସମେତ ଆଦିବାସୀ ମାନଙ୍କ ଜୀବିକା ନିର୍ବାହ ପାଇଁ  ବିକାଶ ଦିଗରେ କଡା ସବୁ ପଦକ୍ଷେପ ନିଆଯାଇପାରିବ । ସେ ସବୁ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଭିତ୍ତିଭୂମୀ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମୋରୀୟମ ରଇତ ପାରଳା ବିଧାୟକ ଶ୍ରୀ କେ ସୁରିୟା ରାଓ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ବ୍ଲକ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷା ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.