ପୁଣି ଜୋର ଧରିଲା ବରଗଡ଼ ଠାରେ କ୍ୟାନ୍ସର  ହସ୍ପିଟାଲ୍ ପ୍ରତିଷ୍ଠା ଦାବୀ।

0 2

 

ସମ୍ବଲପୁର (ଶାସକ ପ୍ରଶାସକ) : ବରଗଡ଼ ଠାରେ କେନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ଦାବୀ କୁ ପୁନଃ ନୂତନ ଭାବରେ ରୂପାନ୍ତରିତ କରି ଆନ୍ଦୋଳନ କୁ ଓଲ୍ହାଇଛି  ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ । ସ୍ଥାନୀୟ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ଦେଇଛି ଆନ୍ଦୋଳନର ରଣ ହୁଙ୍କାର ।

          ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରେଇବା ଓ ଦାବୀ ରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ରେ ମଞ୍ଚ ପକ୍ଷରୁ ଦାବି ସମର୍ଥନ ରେ ଆରମ୍ଭ କରାଯାଇଛି ପୋଷ୍ଟ କାର୍ଡ ଅଭିଯାନ  । ବରଗଡ଼ ଠାରେ କେନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ଦାବୀ ଜଣେଇବାକୁ ପୋଷ୍ଟ କାର୍ଡ ମାଧ୍ୟମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି ଦାବିପତ୍ର । ପ୍ରଥମେ ଆଜି ପୂର୍ବାହ୍ନ ରେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ମାନକୁ ଦାବୀ ବିଷୟରେ ଅବଗତ କରାଇ ତାଙ୍କଠୁ ପୋଷ୍ଟ କାର୍ଡ ଲେଖେଇଥିଲେ ମଞ୍ଚ ର ସଦସ୍ୟ ସଦସ୍ୟା ମାନେ । ପରେ ମଧ୍ୟାହ୍ନ ରେ ସମ୍ବଲପୁର ଓକିଲ ସଂଘ ର କାର୍ଯ୍ୟାଳୟ ସମ୍ମୁଖ ରେ ପହଞ୍ଚି ଥିଲା ଏହି ଅଭିଯାନ । ସମ୍ବଲପୁର ଓକିଲ ସଂଘ ର ସଭାପତି ଡ. ପ୍ରମୋଦ କୁମାର ରଥ ଓ ସାଧାରଣ ସମ୍ପାଦକ  ରବି ପୂଜାରୀ ପ୍ରଥମେ ପୋଷ୍ଟ କାର୍ଡ ଲେଖି ଏହି ଆନ୍ଦୋଳନାତ୍ମକ ଅଭିଯାନ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବରିଷ୍ଠ ଆଇନଜୀବୀ ଅରବିନ୍ଦ ନାଏକ, ପ୍ରକାଶ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଜୟକୃଷ୍ଣ ବେହେରା, ରଙ୍ଗେୟ ଷଡଙ୍ଗୀ, ଅକ୍ଷୟ ଦାସ, ଅନୁପ ସାହୁ, ଚମାର ମିର୍ଦ୍ଧା ଙ୍କ ସମେତ ବହୁ ଆଇନଜୀବୀ ଆଜିର ଏହି ପୋଷ୍ଟ କାର୍ଡ ପ୍ରେରଣ ଅଭିଯାନ ରେ ସ୍ୱତଃପ୍ରବୃତ ଭାବରେ ଅଂଶଗ୍ରହଣ କରିଥିଲେ । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି , ପଙ୍କଜିନୀ ମେହେର,  କାନ୍ତି ମେହେର, ଦେବାଶିଷ ବେହେରା, ରାହୁଲ ଗୁପ୍ତା, ସୁଷମା ସାହୁ, ଟିକୁ ବାଗ, ଅର୍ପଣ ଦାସ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.