ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ବଢୁଛି ଖରାତାତି, ମୁନ୍ଦାଏ ପିଇବାପାଣି ପାଇଁ ମନୁଷ୍ୟ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯନ୍ତ ସଭିଏଁ ଅତିଷ୍ଟ ହେଲେଣି l ଏହି ପରିପ୍ରେକ୍ଷିରେ ମାନେଶ୍ବର ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି l ୧୮ ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ମାତ୍ର ତିନୋଟି ନଳକୂପ ରହିଅଛି କିନ୍ତୁ ସେ ମଧ୍ୟରେ ଦୁଇଟି ଅଚଳ ହୋଇପଡ଼ିରହିଛି l ଏବଂ ଅବଶିଷ୍ଟ ଗୋଟିଏ ନଳକୂପ ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ଅସମର୍ଥ ଅଟେ l ନିରୁପାୟ ଗ୍ରାମବାସୀ ଗ୍ରାମରେ ଥିବା ଏକ ପୋଖରୀ (ଜଡ଼ାବନ୍ଧ)ର ଜଳକୁ ଭରଷା କରି ନିଜର ଆବଶ୍ୟକ କିଛିଟା ପୁରଣ କରୁଥିଲେ l କିନ୍ତୁ ବୋଝଉପରେ ଲଳିତା ବିଡା ସଦୃଶ୍ୟ ସେହି ବ୍ୟବହାର ଉପଯୋଗୀ ପୋଖରୀରେ ଏବେ ମାଛଚାଷ କରିବା ନିମନ୍ତେ ପଞ୍ଚାୟତ ପକ୍ଷରୁ ଦୁଇଟି ସ୍ଵଂୟ ସହାୟକ ଗୋଷ୍ଠୀ କୁ ଦିଆଯାଇଛି ଯାହାକୁ ନେଇ ସାହସପୁର ଏବଂ ବିଷ୍ଣୁଟିକ୍ରା ଗ୍ରାମବାସୀବୃନ୍ଦ ତୀବ୍ର ବିରୋଧ କରିବା ସହିତ ସୋମବାର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି l ସୂଚନା ଅନୁସାରେ ଉକ୍ତ ପୋଖରୀ ଟି ଆଗରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥୀଲା l ୨୦୧୬ ମସିହାରେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ପୋଖରୀ କୁ ସଫାକରି ପାନୀୟ ଜଳ ବ୍ୟବହାର ଉପଯୋଗୀ କରେଇଥିଲେ ଏବଂ ସେହି ପୋଖରୀ ହିଁ ଗ୍ରାମବାସୀଙ୍କ ଏକମାତ୍ର ସାହା ଭରସା ହୋଇଥୀବା କାରଣରୁ ଯଦି ଉକ୍ତ ପୋଖରୀରେ ମାଛଚାଷପାଇଁ ଅନୁମତି ଦିଆଯାଏ ତାହେଲେ ଗ୍ରାମବାସୀ ପିଇବାପାଣି ପାଇଁ ଅନେକ ହନ୍ତସନ୍ତ ହେବେ ବୋଲି ଦୁଃଖ ପ୍ରକାଶ କରିବା ସହିତ ଉକ୍ତ ବ୍ୟବହାର ଉପଯୋଗୀ ପୋଖରୀ (ଜଡ଼ାବନ୍ଧ) ରେ ମାଛଚାଷ ପାଇଁ ଅନୁମତି ଦିଆ ନ ଯାଉ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି
Sign in
Sign in
Recover your password.
A password will be e-mailed to you.