ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ୟୁନାଇଟେଡ଼୍ ପ୍ରେସ୍ କ୍ଲବ ତରଫରୁ  ଦୃଢ଼ ପ୍ରତିବାଦ

0

 

ଯାଜପୁରରୋଡ଼( ବିଶ୍ୱଜିତ ମାଝୀ) ଆଜି  ଆମ ପ୍ରେସ କ୍ଲବ  କାର୍ଯ୍ୟାଳୟରେ ଏକ ଗରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇ ଯାଇଛି । ଏହି ବୈଠକ ବିଭିନ୍ନ ସାମ୍ବାଦିକ ମାନଙ୍କୁ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଛି ।  ପ୍ରକାଶ ଥାଉକି ନିକଟରେ ଓ ଟିଭିର ସାମ୍ବାଦିକ ସୀମାଞ୍ଚଳ ପାତ୍ର କିଟ୍ କ୍ୟାମ୍ପସ ଭିତରକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ କିଟ୍ କତୃପକ୍ଷ  ସମ୍ବାଦ ସଂଗ୍ରହ ନକରିବାକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ କତୃପକ୍ଷ ସାମ୍ବାଦିକଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦିଆଯଥିଲା ।  ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଉଛି । ଏହାକୁ ନେଇ ୟୁନାଇଟେଡ଼୍ ପ୍ରେସ୍ କ୍ଲବ ତରଫରୁ ଦୃଢ଼ ପ୍ରତିବାଦ କରାଯାଇଛି । ପ୍ରେସ୍ କ୍ଲବର ସଭାପତି ଚନ୍ଦ୍ରମଣି ପାତ୍ର, ସାଧାରଣ ସଂପାଦକ ଜୟ ଶଙ୍କର ଦାସ ଏବଂ ସୁବାଷ ଚନ୍ଦ୍ର ନାୟକ,ଚିତ୍ତରଞ୍ଜନ ନାୟକ ,ବିଶ୍ୱଜିତ ମାଝି,ପ୍ରଫୁଲ କୁମାର ସାହୁ, ସୁଭ୍ରାଂସୁ ଶେଖର ଦାସ,  ସନ୍ତୋଷ ମଲ୍ଲିକ, ଶ୍ରୀକାନ୍ତ ଆଏଚ,ଲଭଲି ସାହୁ,ଭାଗିରଥି ନାଥ ପ୍ରମୂଖ ଉପସ୍ଥିତ ଥିଲେ ।  

Leave A Reply

Your email address will not be published.