ବିଜୁ ଯୁବବାହିନୀର ସ୍ଵେଛାସେବୀ ମମତା ପଡ଼ିଆମିଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର/chakradhar majhi : କଳିଙ୍ଗ ଷ୍ଟାଡ଼ିୟସ୍ଥିତ  ସମ୍ମିଳନୀ କକ୍ଷରେ ରାଜ୍ୟ ଯୁବକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛିା ଏଥିରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକ୍ ବଦୁଗୁଡ଼ା ଅଞ୍ଚଳର ଝିଅ ମମତା ପଡ଼ିଆମିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା ମମତା ଗତ ଜୁନ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଥିବା “ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଆଥିର୍କ ସାହାଯ୍ୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କର ଏହି ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପ୍ରତିଥିବା ସ୍ୱାସ୍ଥ୍ୟସେବା ପାଇଁ ସରକାରୀ ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲୋ ସୁଶ୍ରୀ ମମତା ପଡ଼ିଆମିଙ୍କର ମହିଳାମାନଙ୍କ ପାଇଁ ଏହି ଦରଦ ଏବଂ ବଳିଷ୍ଠ ପଦକ୍ଷେପ ନିମନ୍ତେ ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲାା ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବକଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ  ଅରୂପମୋହନ ପଟ୍ଟନାୟକ, ଯୁବସେବା ନିର୍ଦ୍ଦେଶକ ଶୁଭକାନ୍ତ ମିଶ୍ର, ବିଜୁଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ରାଣା ସମେତ ଭୁବନେଶ୍ୱରସ୍ଥିତ କ୍ରୀଡ଼ା ହଷ୍ଟେଲ୍ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲୋ 

Leave A Reply

Your email address will not be published.