ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀଙ୍କ ଦ୍ବାରା କମ୍ୟୁନିଟି ହଲ ଉଦ୍ଘାଟନ 

0 2

ବାରିପଦା,ବାରିପଦା,(ଦିଲ୍ଲୀପ ମହାନ୍ତି): :  ସ୍ଥାନୀୟ ବାରୁଣେଶ୍ୱର ଦୁର୍ଗା ମଣ୍ଡପ ଠାରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ୍ଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ସର୍ବସାଧାରଣ ପାଇଁ ଏକ କମ୍ୟୁନିଟି ହଲର ଉଦ୍ଘାଟନ ହୋଇଯାଇଅଛି । ମଧୁବନ ଉନ୍ନୟନ ପରିଷଦର ଉପସଭାପତି ରଘୁନାଥ ପଣ୍ଡାଙ୍କ ସଭାପତିତ୍ୱରେ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନାଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ହେମ୍ବ୍ରମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ କମିଟିର ସଭାପତି ଯୋଗେନ୍ଦ୍ର ନାଥ ପଣ୍ଡା, ସଦସ୍ୟ ରଞ୍ଜନ କୁମାର ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।  ଏହି ଅବସରରେ ମୁଖ୍ୟ ଅତିଥି ପୌରପାଳିକା ସଫେଇ କର୍ମଚାରୀ କାଳିଆ ମୁଖି’ଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। 

Leave A Reply

Your email address will not be published.