ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା

0 2

୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ

ପୁଣି ୨ ଅଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ଚିହ୍ନଟ

ବାରିପଦା,(ଦିଲ୍ଲୀପ ମହାନ୍ତି): ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି। ଆଜି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି। ପରୀକ୍ଷା ଚାଲିଥିବାବେଳେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି। ଏନେଇ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନକୁ ଆଜିଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ କଲେଜ ଆସିବାକୁ ବାରଣ କରାଯାଇଛି। ମଙ୍ଗଳବାର ଦିନ କଲେଜ ଖୋଲିବା ନେଇ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକଙ୍କ ସହିତ ସମ୍ପର୍କରେ ଆସିଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ସତର୍କ ରହିବା ସହିତ କୌଣସି ଲକ୍ଷଣ ପ୍ରକାଶ ପାଇଲେ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସମସ୍ତେ ସତର୍କ ରହିବା ଏବଂ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

 

Leave A Reply

Your email address will not be published.