ଦୁଇ ଘଣ୍ଟା ନୁହେଁ, ତିନି ଦିନ ପାଳନ ହେଉ ଚୈତ୍ର ପର୍ବ

0 2

ଦାବି ଜଣାଇଲା ଛଉ କଳାକାର ସଂଘ 

ବାରିପଦା,(ଦିଲ୍ଲୀପ ମହାନ୍ତି): ରାଜା ରାଜୁଡା ଅମଳରୁ ମୟୂରଭଞ୍ଜରେ ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ଚୈତ୍ରପର୍ବକୁ ମାତ୍ର ଦୁଇ ଘଣ୍ଟା ପାଇଁ ନୁହେଁ, ତିନି ଦିନ ପାଳନ ହେଉ। ଛଉ କଲାକାର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଏପ୍ରକାର ଦାବି ଉପସ୍ଥାପନ କରାଯାଇଛି। ଚଳିତବର୍ଷ କୋଭିଡ କଟକଣା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଚଳିତ ବର୍ଷ ଚୈତ୍ର ପର୍ବକୁ ବନ୍ଦ କରାଯାଇଥିଲା। ତେବେ ଛଉ କଳାକାର ତଥା ଜିଲ୍ଲାବାସୀଙ୍କ ବିରୋଧ ପରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଏହାକୁ ଗୋଟିଏ ଦିନ ୧୩ ତାରିଖ ରାତି ୮ଟାରୁ ୧୧ ଟା ମଧ୍ୟରେ କୋଭିଡ କଟକଣା ଭିତରେ ସୀମିତ ଲୋଲଙ୍କୁ ନେଇ ଆୟୋଜନ କରିବାର ନିଷ୍ପତ୍ତି ହୋଇଥିଲା । ମାତ୍ର ଛଉ କଳାକାର ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇ କଟକଣା ଭିତରେ ବିଧି ମୁତାବକ ୩ଦିନ ଚୈତ୍ର ପର୍ବ ପାଳନ କରିବାକୁ ଦାବୀ କରାଯାଇଛି । ସଂଘର ସଭାପତି ଲଡୁକେଶ୍ୱର ରଣା, ଉପସଭାପତି ଦିଲ୍ଲିପ କୁମାର ମିଶ୍ର, ସମ୍ପାଦକ ଶତୃଘନ ପ୍ରଦାନ, ସହସମ୍ପାଦକ ଲୋକନାଥ ଦାସ ପ୍ରମୁଖ ବହୁ କଳାକାରଙ୍କ ଦସ୍ତଖତ ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଦାବୀପତ୍ର ମୁତାବକ ଛଉପଡିଆ ଏକ ବିଶାଳ ପଡିଆ ହୋଇ ଥିବାରୁ ଏଠାରେ ୫୦୦ ରୁ ୧୦୦୦ ଲୋକଙ୍କୁ ନେଇ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଚୈତ୍ର ପର୍ବ ପାଳନ କରିବା, ଗ୍ରାମାଞ୍ଚଳ ଛଉ ନୃତ୍ୟ ଦଳ ମାନଙ୍କୁ ମଧ୍ୟ ଗୋଟିଏ ଦିନ ସବୁବର୍ଷ ପରି ସୁଯୋଗ ଦେବା ସହିତ ଅନ୍ୟଦୁଇ ଦିନରେ ବାରିପଦା ଉତ୍ତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନକୁ ନୃତ୍ୟ ପାଇଁ ସୁଯୋଗ ଦେବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.