ମାତିଛନ୍ତି ସାଇବର୍ ଲୁଟେରା, ଆମାଜନରୁ ଗିଫ୍ଟ କାର୍ଡର ଲୋଭ 

0 2

ଯୁବତୀଙ୍କ ଠାରୁ ଲୁଟିଲେ ୧ଲକ୍ଷ ୧୮ହଜାର

ବାରିପଦା,(ଦିଲ୍ଲୀପ ମହାନ୍ତି): ଲୋଭର ମାୟାଜାଲ ଦେଖାଇ ଲୁଟ୍ର ନେଟୱର୍କ ମେଲାଇଚାଲିଛନ୍ତି ସାଇବର୍ ଲୁଟେରା। ଆଉ ଏହାର ଶିକାର ହେଉଛନ୍ତି ଯୁବପିଢ଼ୀ। ବିଭିନ୍ନ ନାମୀଦାମୀ ଅନଲାଇନ୍ ସଂସ୍ଥାରୁ ସପିଂ କରୁଥିବା ଯୁବପିଢ଼ୀଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଲୁଟେରା। ଏପରି ଏକ ଠକାମୀର ଶିକାର ହୋଇଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରା ବ୍ୟାଙ୍କ କଲୋନୀରେ ରହୁଥିବା ସୌମ୍ୟାଶ୍ରୀ ଦେ। ଆମାଜନ୍ରୁ କହୁଥିବା ପରିଚୟ ଦେଇ ଏକ ଗିଫ୍ଟ୍ କାର୍ଡ ଅନଲକ୍ କରିବାର ଲୋଭ ଦେଖାଇ ୧ଲକ୍ଷ ୧୮ହଜାର ୧୯୨ ଟଙ୍କା ଲୁଟି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଚଳିତ ମାସ ୨ ତାରିଖରେ +୯୧ ୮୨୭୬୦୦୭୩୫୪ରୁ ସ୍ୟୋମ୍ୟାଶ୍ରୀଙ୍କୁ କଲ୍ ଆସିଥିଲା। ପୂର୍ବରୁ ସେ ଆମାଜନ୍ ଆଦି ସଂସ୍ଥାରୁ ଅନଲାଇନ୍ ଅର୍ଡର କରିଥିବାରୁ ଉକ୍ତ ଲୁଟେରାଙ୍କ ପାଖରେ ତାଙ୍କର ଘର ଠିକଣା ସହିତ ପେମେଣ୍ଟ୍ ମେଥଡ୍ ଆଦି ସମସ୍ତ ତଥ୍ୟ ଥିଲା। ତେଣୁ ୫ହଜାର ଟଙ୍କା ଅର୍ଡରରେ ତାଙ୍କୁ ଏକ ଆମାଜନ୍ ଗିଫ୍ଟ କାର୍ଡ ଅନଲକ୍ ହେବା ସହିତ ଗିଫ୍ଟ ମିଳିବାର ସୂଚନା ଦେଇଥିଲେ। ତେବେ ଏନେଇ କିନ୍ତୁ ତାଙ୍କୁ କିଛି ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେହିପରି ପରେ ଉକ୍ତ ଟଙ୍କା ଫେରିପାଇବା ପାଇଁ ଆଉ କିଛି ହଜାର ଟଙ୍କା ଜମା କରିବାକୁ ପଡ଼ିବ। ସେହିପରି ଆକାଉଣ୍ଟ୍ରେ ୨୫ହଜାର ଟଙ୍କା ଜମା ରଖିଲେ ଟଙ୍କା ରିଫଣ୍ଡ ମିଳିପାରିବ ବୋଲି କହିଥିଲେ ଲୁଟେରା। ତେବେ ତାଙ୍କ ଆକାଉଣ୍ଟ୍ରେ ଏତେ ଟଙ୍କା ନଥିବାରୁ ତାଙ୍କ ବାପାଙ୍କ ଆକାଉଣ୍ଟ୍ରୁ ୧ଲକ୍ଷ ୧୮ହଜାର ୧୯୨ଟଙ୍କା ଜମା କରିଥିଲେ। ମାତ୍ର ପରେ ଆଉ ଲୁଟେରାଙ୍କ କୌଣସି ସନ୍ଧାନ ମିଳିନଥିଲା। ଶେଷରେ ଯୁବତୀ ଜଣଙ୍କ ବାରିପଦା ଟାଉନ୍ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ ଚାଲିଥିବା ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଚାଲିଥିବା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ଏପରି ଫ୍ରଡ୍ କଲ୍ରୁ ବଞ୍ଚି ରହିବାକୁ ଆଇଆଇସି ଶ୍ରୀ ସେନାପତି ପରାମର୍ଶ ଦେଇଛନ୍ତି।

 

Leave A Reply

Your email address will not be published.