ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା – ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ଆନୁକୂଲ୍ୟରେ ରେ ଜିତ କ୍ରିଏସନ ପ୍ରଯୋଜନାରେ ଆଜି ସ୍ଥାନୀୟ ବୁଡପଡା ବୁରୋମାଲ ସ୍ଥିତ ରାଧାମାଧଵ ମନ୍ଦିର ପ୍ରାଙ୍ଗଣରେ ବିବେକାନନ୍ଦ ମିଶ୍ରଙ୍କ ଦ୍ବାରା ରଚିତ କାହାଣୀ , ସଂଳାପ ସମ୍ବଲପୁରୀ କ୍ଷୁଦ୍ର ହାସ୍ୟ ସାମାଜିକ ସିନେମା “ଜଲଖିଆ” ର ଶୁଭ ମହୁରତ ହୋଇଯାଇଛି।ପ୍ରଥମେ ଓଁ ଶ୍ରୀ ରାଧା ମାଧଵ ମନ୍ଦିର ରେ ପୂଜା ଅର୍ଚ୍ଚନା କାରାଯିବା ପରେ ଶ୍ରୀ ମିଶ୍ର ଏହାର ଶୁଭାରମ୍ଭ କରି ଏହାର ବିଷୟ ବସ୍ତୁ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।ଏହି ସିନେମାରେ ଟାଇଟଲ ଗୀତକୁ ଯୁବକବି ପ୍ରଭାତ ଚୌହାନ ରଚନା କରିଥିବା ବେଳେ,ଅନ୍ୟ ଏକ ସଙ୍ଗୀତକୁ କବି ଅନନ୍ତ ରାମ ସାହୁ ରଚନା କରିଥିବା ବେଳେ, ଚିତ୍ର ଓ ପ୍ରଚ୍ଛଦ ଓ ଗ୍ରାଫିକ କୁ ଆଲୋକ ଚନ୍ଦ୍ର ପାଣିଗ୍ରାହୀ କାଇବା ପାଇଁ ସ୍ଥିର ହୋଇଥିବା ବେଳେ ଏହି କ୍ଷୁଦ୍ର ଚଳଚିତ୍ର “ଜଲଖିଆ” ରେ ଅଭିନୟରେ ଆଲୋକଚନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମହାନନ୍ଦ, ଅନନ୍ତରାମ ସାହୁ, ନିକୁଞ୍ଜ ବିହାରୀ ମିଶ୍ର, ଅହଲ୍ୟା ନାଏକ,ଅନ୍ତର୍ଯ୍ୟାମୀ ପାଣିଗ୍ରାହି,ନିମାଇଁ ଚରଣ ବେହେରା, ପ୍ରଭାତ ଚୌହାନ, ବସନ୍ତ ରୋହିଦାସ ଅଭିନୟ କରିବା ପାଇଁ ସ୍ଥିର ହୋଇଥିବା ବେଳେ ନିମତ୍ରିତ ଅତିଥି କଳାକାର ଭାବେ ଡାକ୍ତର ପ୍ରକାଶ ଚନ୍ଦ୍ର ରାଣା ଓ ରାଜେଶ ପାଢ଼ୀଙ୍କୁ ନେଇ ସିନେମା ମାସକ ଭିତରେ ସୁଟିଂ ହୋଇ ଶୀଘ୍ର ମୁକ୍ତିଲାଭ utube ରେ ଉପଲବ୍ଧ ହେବ ବୋଲି ପିଲ୍ମ ର ନିର୍ମାତା ତଥା ନିର୍ଦ୍ଦେଶକ ବିବେକାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post