ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ଓଡିଶା ଦିବସ 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ ଓଡିଶା ଦିବସକୁ ହର୍ଷ ଉଲ୍ଲାସ ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ  ବିଦ୍ୟାଳୟ ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତା ଓ ବିଦ୍ୟାଳୟ ର ଅଧଃକ୍ଷା ମମତ ଦାଶ ଙ୍କ ସଂଯୋଜନାରେ ଅତିଥି ଭାବେ ଶିକ୍ଷାବିତ ଅନନ୍ତ ରାମ ସାହୁ, ଜିଲ୍ଲା ଶିଶୁ କଲ୍ୟାଣ ସମିତି  ଅହଲ୍ୟା ନାଏକ, ଡାକ୍ତର ପ୍ରକାଶ ଚନ୍ଦ୍ର ରଣା,ସଚିବ ହରି ଶଙ୍କର ପୁରୋହିତ,ସହ ସଚିବ ବିଜୟ ସହିଗଲ, ଓକିଲ ସଞ୍ଜୟ ପ୍ରଧାନ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଯୋଗ ଦାନ କରି ପ୍ରଥମେ ପ୍ରଦ୍ବୀପ ପଜ୍ଜ୍ୱଳନ କରିବାବେଳେ ଦୃଷ୍ଟି ବାଧିତ ଛାତ୍ରୀ କଳ୍ପନା ଖଡ଼ିଆ  ସୁମଧୁର କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ସମସ୍ତେ ସାମୁହିକ ଛିଡା ହୋଇ ଗାନ କରିଥିଲେ। ଏହାପରେ ଅତିଥି ମାନେ ଓଡିଶା ଦିବସର ବିଭିନ୍ନ ଦିଗ ବିଷୟରେ ବିଷଦ ଭାବେ ଆଲୋଚନା କରି ଥିଲେ। ଏହି କାର୍ଯ୍ୟକ୍ରମରେ ଦେଇ ମାନସୀ ପଣ୍ଡା, ନିମାଇଁ ଚରଣ ବେହେରା, ଆଲୋକଚନ୍ଦ୍ର ପାଣିଗ୍ରାହୀ,ବସନ୍ତ ରୋହିଦାସ, କବି ପ୍ରଭାତ ଚୌହାନ, ସୁରେନ୍ଦ୍ର ମହନନ୍ଦ  ପ୍ରଥମ, ସ୍ଵତତ୍ର ଶିକ୍ଷକ ଉପେନ୍ଦ୍ର ଭଇଁସା ଓ ନମିତା ନାଥ , ସୁଲୋଚନା ସାହୁ, କାନ୍ତା ନାଏକ, ଝସକେତନ ମହନନ୍ଦ, ଗୋକୁଲ କିସାନ,ଲିଲିମା କିସାନ ଯୋଗ ଦାନ ସହ ସହଯୋଗ କରିଥିଲେ।

Leave A Reply

Your email address will not be published.