ଏମସିଏଲ ଉଦବାସ୍ତୁଙ୍କ ପାଇଁ ଆଶା ସଞ୍ଚାର କଲେ ବିଧାୟକ ଶ୍ରୀ ମହାନ୍ତି। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ତିଙ୍ଗରିଗୁଡ଼ା, କୋଖେନମାଲ ଓ ଛୁଆଲିବେରନା ପରି ଅନେକ ଗ୍ରାମ ଏମସିଏଲ ଦ୍ବାରା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ଶୀକାର ହୋଇ ବିସ୍ଥାପିତ ହୋଇଛନ୍ତି। ଜମି ଅଧିଗ୍ରହଣ ସରିଥିବା ସତ୍ତ୍ୱେ ଏହି ଗ୍ରାମଗୁଡ଼ିକର ବିସ୍ଥାପିତ ଲୋକମାନଙ୍କୁ ବିସ୍ଥାପନ ବାବଦରେ ମିଳିବାକୁ ଥିବା କ୍ଷତିପୂରଣ ରାଶି ଏପର୍ଯ୍ୟନ୍ତ ମିଳିନାହିଁ। ବିସ୍ଥାପନ ନିୟମ ଅନୁସାରେ, କ୍ଷତିଗ୍ରସ୍ତ ଲୋକଙ୍କ ପରିବାରରୁ ଜଣକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଜମିର ମୂଲ୍ୟ ବା ଜମି ଵାବଦରେ ଜମି ମିଳିବା ଉଚିତ। ମାତ୍ର ଏମସିଏଲ ଏହି ସବୁ ନିୟମ ପାଳନ ନ କରି ଜମି ଅଧିଗ୍ରହଣ କରିଛି ଏବଂ ଲୋକଙ୍କୁ ଉଦବାସ୍ତୁ କରିଛି। ଲୋକେ ବାରମ୍ବାର ଏ ନେଇ ଆନ୍ଦୋଳନ କରିଛନ୍ତି, କିନ୍ତୁ ଏମସିଏଲ କେବଳ ଆନ୍ଦୋଳନକୁ ଟାଣିବା ପାଇଁ ଫମ୍ପା ପ୍ରତିଶ୍ରୁତି ଛଡ଼ା ଆଉ କିଛି କରିନାହିଁ। ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଭାବରେ ନିରାଶ ହୋଇ ପଡ଼ିଥିବା ବେଳେ, ସେମାନଙ୍କ ପାଇଁ ଆଶାର କିରଣ ସଂଚାର କରିଛନ୍ତି ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି। ଆଜି ବିଧାନସଭାରେ ଏମସିଏଲ ଯୋଗୁଁ ଉଦବାସ୍ତୁ ହୋଇଥିବା ଗ୍ରାମବାସୀଙ୍କ ସପକ୍ଷରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ମହାନ୍ତି। କମ୍ପାନୀ ପ୍ରଥମେ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରୁ, ତା ପରେ ଜମି ଅଧିଗ୍ରହଣ କରୁ ବୋଲି ଶ୍ରୀ ମହାନ୍ତି ଗୃହରେ ଦାବି ରଖିଛନ୍ତି। 

ବିଧାୟକଙ୍କ ଏହି ସମର୍ଥନ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ନିମନ୍ତେ ନୂତନ ଆଶାର ସଂଚାର ହେବା ସ୍ୱାଭାବିକ। ଆଗକୁ କମ୍ପାନୀ ଏହାକୁ ନେଇ କିପରି ମନୋଭାବ ପୋଷଣ କରୁଛି, ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.