ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ପୋଲିସ ଓଡ଼ିଶା ପୋଲିସର ୮୬ତମ ପ୍ରତିଷ୍ଠା ଉତ୍ସବ ଓଏସଏପି ପଡ଼ିଆଠାରେ ପାଳନ କରିଛି। ମୂଖ୍ୟ ଅତିଥି ଭାବରେ ଅଭିବାଦନ ଗ୍ରହଣ କରିଥିଲେ ଝାରସୁଗୁଡ଼ା ଏସପି ଶ୍ରୀ ବିକାଶ ଚନ୍ଦ୍ର ଦାଶ। ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ ପ୍ରତିଷ୍ଠା ସମୟରୁ ଓଡ଼ିଶା ପୋଲିସ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ପୋଲିସ ଯେପରି କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଛି,ତାହା ପ୍ରଶଂସନୀୟ। ଗତ କୋରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିଲେ ଝାରସୁଗୁଡ଼ା ପୋଲିସ ବୋଲି ଶ୍ରୀ ଦାସ କହିଥିଲେ। ଶେଷରେ ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟଦକ୍ଷତା ହାସଲ କରିଥିବା ଯୋଗୁଁ ଓ କୋରୋନା ସମୟରେ ପ୍ଲାଜମା ଦାନ କରିଥିବା ୧୮ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post