ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ବୁଧବାର ଯୁବ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ରେ ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ କୁଚିଣ୍ଡା ଥାନା ଆଇ ଆଇ ସି ଶ୍ରୀକମଳ ପଣ୍ଡା ମୁଖ୍ୟ ଅତିଥୀ ଭାବରେ ଯୋଗ ରକ୍ତଦାନ ଶିବିର କୁ ଊଦଘାଟନ କରି ନିଜେ ପ୍ରଥମେ ରକ୍ତଦାନ କରିଥିଲେ। ଏହି ସଭାରେ ପ୍ରଥମେ ସମସ୍ତ ଅତିଥୀମାନେ ମାଁ ସମଲେଶ୍ବରୀ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ତୈଳଚିତ୍ର ଦୀପ ଓ ପୁଷ୍ପମାଲ୍ଲ ଅର୍ପଣ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥୀ ଶ୍ରୀ ପଣ୍ଡା ରକ୍ତଦାନ ର ମହତ୍ବ ବିଷୟରେ ଆଲୋକପାତ କରିଥିଲେ। କଲେଜ ର ପରିଚାଳନା କମିଟୀ ର ପୂର୍ବତନ ସଭାପତି ଶ୍ରୀବୃନ୍ଦାବନ ମାଝି ,ରକ୍ତଦାନ କୁ ଜୀବନଦାନ ସହିତ ତୁଳନା କରି, କୂଅ ବା ପୋଖରୀରୁ ପାଣି କାଢ଼ି ଦେଲାପରେ ନୂତନ ପାଣି ଝରି ପରିଷ୍କାର ହେବା ଭଳି ରକ୍ତଦାନ ପରେନୂତନ ରକ୍ତ ଆସି ଶରୀର ସୂସ୍ଥ ରହିଥାଏ,ଦକ୍ଷତା ବିକାଶ ପଶ୍ଚିମ ଓଡିଶା ମୂଖ୍ୟ ଶ୍ରୀ ଶିରିଶ କୁମାର ସାହୁ, କୁଚିଣ୍ଡା ର ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା ପ୍ରମୁଖ ସମ୍ବାନିତ ଅତିଥୀ ଭାବରେ ଯୋଗ ଦେଇ ଯୁବକ ଓ ଯୁବତୀ ମାନଙ୍କ ଦକ୍ଷତା ବିକାଶ ଉପରେ ମତବ୍ୟକ୍ତ କରିଥିଲେ। ସମ୍ବଲପୁର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଖଗେଶ୍ବର ଦାଶ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ରକ୍ତଦାନ କଲେ କଣକଣ ସୁଫଳ ମିଳିଥାଏ ଓ ରକ୍ତଦାନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। କଲେଜ ର ଇଂରାଜୀ ଅଧ୍ୟାପକ ନିଳାନ୍ଚଳ ତିଓ୍ବାରୀ ସଭାକୁ ସଂଯୋଜକ କରିଥିବା ବେଲେ ଯୁବ ରେଡକ୍ରସ ଦାୟିତ୍ବ ରେ ଥିବା ଅଧ୍ୟାପକ ସତ୍ୟନାରାୟଣ ପ୍ରାରମ୍ବିକ ସୁଚନା ପ୍ରଦାନ କରିଥିଲେ। ଏହି ଅବସରରେ ୫୩ ଥର ରକ୍ତଦାନ କରିଥିବା ଅଧ୍ୟ ସୁବାଷ ନାଏକ ଓ ଯୁବ ସମାଜସେବୀ ବିଜୁ ସାହୁ ଙ୍କୁ ମୁଖ୍ୟ ଅତିଥୀ ମାନପତ୍ର ଦେଇ ସର୍ମଦ୍ଧନା ଦେଇଥିଲେ ଓ ୩୧ ଜଣ ଅନ୍ୟାନ୍ୟ ରକୃଦାତା ଙ୍କ ଅନ୍ୟ ଅତିଥୀମାନେ ମାନପତ୍ର ଦେଇ ସର୍ମଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ କୁଚିଣ୍ଡା ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ସରୋଜ ମେହେର ,ପୁରାତନ ଛାତ୍ର ଛାତ୍ରୀ ,ଗ୍ରନ୍ତାଗାରିକ ଦେବାନନ୍ଦ ମହାପାତ୍ର,ଡିଇଓ ସମିନ ରଞନ ନାଏକ ,ପିଅନ ଜୟଦେବ ରାଉତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post