ସମ୍ବଲପୁର /ରମାକାନ୍ତ ବିଶ୍ୱାଳ – ସମ୍ବଲପୁରରୁ ପୁଣି ଗୋ ଚାଲାଣ ହେଉଥିବା ଅଭିଯୋଗ ଆସିଛି। କିଛି ମାସ ବ୍ୟବଧାନରେ ପୁଣି ଥରେ ସମ୍ବଲପୁର ରେ ଗୋଚାଳାଣକାରୀ ସକ୍ରିୟ ହେବା ସହ ଏକ ଗୋଚାଳାଣକାରୀ ଙ୍କୁ ଅଟକ ରଖିବା ସହ ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତକାଲି ବିଳମ୍ବିତ ରାତିରେ ଅଇଁଠାପାଲି ଥାନା ଅନ୍ତର୍ଗତ ରେମେଡ଼ ସ୍ଥିତ ଚେପଟିପୁଲିଆ ତଳେ ଏକ ପଶ୍ଚିମବଙ୍ଗର କଣ୍ଟେନର ରେ ଗୋରୁ ଗାଈ ମାନଙ୍କୁ ଭର୍ତ୍ତି କରାଯାଉଥିଲା। ଏହି ସମୟରେ ସ୍ଥାନୀୟ କିଛି ଯୁବକ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସିବା ବିଳମ୍ବ କରିବାରୁ ସ୍ଥାନୀୟ ଯୁବକ ମାନେ ଏହାର ପ୍ରତିବାଦ କରିବାରୁ ଗାଡିର ଚାଳକ ଏବଂ ଗୋରୁ ଆଣିଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗାଈ ଗରୁଙ୍କୁ ସ୍ଥାନୀୟ ଲୋକେ କଣ୍ଟେନର ରୁ ବାହାର କରିଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି କଣ୍ଟେନର କୁ ଜବତ କରି ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.