ବରିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର ଗ୍ରହଣ 

0 2

ବଲାଙ୍ଗୀର (ନିରୋଜ ମିଶ୍ର) :  ଟାଉନ ହାଇସ୍କୁଲର ବରିଷ୍ଠ ତଥା ଛାତ୍ରବତ୍ସଳ ଦକ୍ଷ ଶିକ୍ଷକ ଶ୍ରୀ ତ୍ରିଲୋଚନ ମହାପାତ୍ର ଅବସର ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ଟାଉନ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ଭାବେ ଫଟାବାହାଲର ଶ୍ରୀ ତ୍ରିଲୋଚନ ମହାପାତ୍ର ୨୦,୧୧,୧୯୮୭ ମସିହାରେ  ନିଯୁକ୍ତ ହୋଇଥିଲେ। ତାଙ୍କ ଶିକ୍ଷକତା ସମୟରେ ସେ ଅନେକ ଛାତ୍ର ଙ୍କୁ ନିଜ ହିନ୍ଦୀ ଶିକ୍ଷକତା ମାଧ୍ୟମରେ ଶିକ୍ଷା ଯୋଗାଇ ଉଚିତ ମାର୍ଗଦର୍ଶନ କରାଇଛନ୍ତି। ଯାହା ପାଇଁ ସେ ସବୁବେଳେ  ଶିକ୍ଷକତା ପାଇଁ ଚର୍ଚ୍ଚିତ ରହିଆସୁଥିଲେ। ଶ୍ରୀ ମହାପାତ୍ର ହିନ୍ଦୀ ଶିକ୍ଷକ ଭାବେ ଛାତ୍ର ଙ୍କ ପାଇଁ ପ୍ରେରଣା ର ଉତ୍ସର୍ଗ ସାଜିଥିଲେ।ତାଙ୍କ କାର୍ଯ୍ୟ କାଳରେ ସେ ଛାତ୍ରଙ୍କୁ ସଦାସର୍ବଦା ଉଚ୍ଚ ଶିକ୍ଷା ଦେବାପାଇଁ ତପ୍ତରତା ରହୁଥିଲେ। ଶ୍ରୀ ମହାପାତ୍ର ଜଣେ କର୍ତବ୍ୟ ନିଷ୍ଠା,ମେଳାପୀ ଅପରୋପକାରୀ ବ୍ୟକ୍ତି ଭାବେ ଖୁବ ଜଣାଶୁଣା ଥିଲେ ଛାତ୍ରଙ୍କ ମଧ୍ୟରେ।ଯାହା ଆଜି ତାଙ୍କ ଶିକ୍ଷକତାର ଶେଷ ଦିନ ରହିଥିଲା।ଏବଂ ଏହି ଅବସରରେ ଟାଉନ ହାଇସ୍କୁଲ ର ହେଡ ଶିକ୍ଷୟତ୍ରୀଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ, ଶିକ୍ଷିକାଙ୍କ ଉପସ୍ଥିତି ରେ ଶ୍ରୀ ମିଶ୍ର ଙ୍କୁ ଭବ୍ୟପୂର୍ଣ ଅବସରପ୍ରାପ୍ତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏବଂ ୨୪ ବର୍ଷ କାଳ ନିୟମିତ ନିଜ ଶିକ୍ଷକତା କାର୍ଯ୍ୟକାଳରେ  କର୍ତ୍ତବ୍ୟ ନିଷ୍ଠା ଭାବେ ଦାଇତ୍ୱ ତୁଲାଇଥିବା ଶ୍ରୀ ମହାପାତ୍ର ଙ୍କ ସ୍ମୃତିଚାରଣ କରିଥିଲେ।ଓ ତାଙ୍କ ସହ ସମସ୍ତ ଛାତ୍ର ମଧ୍ୟ ତାଙ୍କ ଅବସରକୁ ନେଇ ମନଦୁଃଖ ପ୍ରକାଶ କରିବା ସହ ତାଙ୍କ ଭଳି ଜଣେ ଲେଖାଏଁ ଦକ୍ଷ,ହିତାକାଂକ୍ଷୀ,ପରୋପକାରୀ ଓ ସମାଜକୁ କିଛି ଶିକ୍ଷା ଦେବା ଭଳି ବ୍ୟକ୍ତି ହେବା ପାଇଁ ନିଜ ନିଜ ମତ ରଖିଥିଲେ।

 

 

 

 

 

Leave A Reply

Your email address will not be published.