ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ରେଙ୍ଗାଲି ସ୍ଥିତ ହୋଟେଲ ସ୍ପାଇସି ପରିସରେ ପଶ୍ଚିମ ଓଡିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ମଦନମୋହନ ସାହୁ ଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଲିତ ହୋଇଯାଇଛି। ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ସଭାପତି ବସନ୍ତ କୁମାର ନାୟକଙ୍କ ସଭାପତିତ୍ବ ଓ ଅନ୍ତର୍ଯ୍ୟାମି ପାଣିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସ୍ମୃତି ସଭାରେ ବରିଷ୍ଠ ନାଗରିକ ପରିଷଦର ବରିଷ୍ଠ ସଭ୍ଯ ଅନ୍ତର୍ଯ୍ୟାମି ପାଣି,ବିନୋଦବିହାରୀ ନନ୍ଦ,ପିତବାସ ତଣ୍ଡକାର, ଶ୍ରୀପତି ଷଣ୍ଢ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ, ଡ. ଅନିଲ ଦାସ, ତାଙ୍କର ଧର୍ମ ପତ୍ନୀ,ସ୍ବର୍ଗତ ସାହୁଙ୍କ ସାନ ପୁଅ ମନୋରଂଜନ ସାହୁ ଏବଂ ବୋହୂଙ୍କ ସହ ନାତି ସାମ୍ବାଦିକ ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବାଧିନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ। ସଭା ପୂର୍ବରୁ ସଂଗ୍ରାମିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ସ୍ବାଧୀନ ସଂଗ୍ରାମି ସାହୁଙ୍କୁ ପଶ୍ଚିମ ଓଡିଶାର ଗାନ୍ଧୀ ବୋଲି ବକ୍ତା ମାନେ ବକ୍ତବ୍ଯରେ ପ୍ରକାଶ କରିଥିଲେ। ଅନ୍ଯ ମାନଙ୍କ ମଧ୍ଯରେ ରେଙ୍ଗାଲି ବୈଦୁତିକ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.