ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ନାଟୁଆ ମେଳା ଆୟୋଜିତ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ନଗର ଭବନ ଠାରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ  ଦେବେନ୍ଦ୍ର ଦାସଙ୍କ ସଭାପତିତ୍ଵ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଭାକର ତ୍ରିପାଠୀ , ପାରଳା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ଓ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ। ସଭାରେ ପାରଳାଖେମୁଣ୍ଡିରେ ନାଟକ ଇତିହାସ ଓ ଭବିଷତ ଉନ୍ନତି ଦିଗରେ ଅତିଥି ମାନେ ଆଲୋଚନ କରିଥଲେ। 

ବିଶ୍ଵ ନାଟ୍ୟ ବାର୍ତ୍ତା ଆଦର୍ଶ ଦାସ ପାଠ କରିବା ପରେ ସ୍ଥାନୀୟ ପଦାମୃତ ନୃତ୍ୟାୟନ , ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ଗଜପତି ଡେନସ୍ ସ୍କୁଲ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରିଥଲେ। ଏହି ଅବସରରେ ଅନୁଷ୍ଠାନର କଳାକାର ମାନେ ନାଟକ ମଞ୍ଚସ୍ଥ କରିଥିଲେ “ଉତ୍କଳେ ଗାନ୍ଧୀଜୀ”। 

ନାଟକକୁ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ନିର୍ଦ୍ଦେଶନା ଓ ମୋନଜ ପାଢ଼ୀଙ୍କ ସହନିର୍ଦ୍ଦେଶନା ଗୁରୁରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। 

ଅନୁଷ୍ଠାନର ୩୦ ଜଣ ବରିଷ୍ଠ ଓ ଯୁବ କଳାକାରଙ୍କୁ ନେଇ ମଞ୍ଚସ୍ଥ ଏହି ନାଟକକୁ ଦର୍ଶକ ଭରପୁର ଉପଭୋଗ କରଥିଲେ। ନାଟକ ର ବିଭିନ୍ନ ଚରିତ୍ରରେ ଏମ. ପୃଥିବୀରାଜ, ମନୋଜ ପାଢ଼ୀ , ମୁନା ପାଢ଼ୀ , ସୁବାଷଦାସ , ଆଦର୍ଶ ଦାସ , ଶୁଭ୍ରାଂଶୁ ପଟ୍ଟନାୟକ , ରଜତ ପାତ୍ର , ହର ତ୍ରିପାଠୀ , ହରିହର ପଟ୍ଟନାୟକ , ସୁଜିତ୍ ପାଣିଗ୍ରାହୀ , ଅମୂଲ୍ୟ ପାଣିଗ୍ରାହୀ , ମତଙ୍ଗିନୀ ଗୁରୁ , ଇନ୍ଦିରା ପଟ୍ଟନାୟକ, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର ଅଭିନୟ କରିଥିବା ବେଳେ ବ୍ରହ୍ମପୁ୍ରର ଭୈରବୀ ଚିତ୍ରାଳୟ ରୂପଶଯ୍ୟା କରିଥଲେ। ନାଟକ କ୍ଷେତ୍ର ରେ ଉଲେଖନୀୟ ଅବଦାନ ପାଇଁ ନାଟ୍ୟକାର “ନୃସିଂହନନ୍ଦ ପାଣିଗ୍ରାହୀ” ଙ୍କୁ ଏବଂ ପାରଳା ନାଟକ କୁ ଦୀର୍ଘ ବର୍ଷ ଧରି ସହଯୋଗ କରି ଆସୁଥିବା ବ୍ରହ୍ମପୁରର “ମାଁ ଭୈରବୀ ଚିତ୍ରାଳୟ” ଅନୁଷ୍ଠାନକୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.