କେମିତି ଏତେ ଅମଣିଷ ହେଇପାରିବ ପୋଲିସ : ନିଲମ୍ବିତ ହେଲେ ଥାନାଧିକାରିଣୀ

0 2

ବାରିପଦା/ ଦିଲ୍ଲୀପ ମହାନ୍ତି : ଗର୍ଭବର୍ତ୍ତୀ  ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ  4ଘଣ୍ଟା କାଳ ଥାନାରେ ଅଟକ ରଖିଲା  ପୋଲିସ  । ଆଉ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଏସପି ନିଲମ୍ବିତ କରିଛନ୍ତି ସମ୍ପୃକ୍ତ ଥାନାଅଧିକାରିଣୀ ରୀନା ବାକ୍ସଲେଙ୍କୁ ।

ଏଭଳି ଅଭାବନୀୟ ଘଟଣା ଘଟିଛି ରବିବାର ଦିନ ମୟୁରଭଞ୍ଜ ଜିଲ୍ଲା  ଶରତ ଥାନା ଅଂଚଳରେ,  ସକାଳ  9ଟା ସମୟରେ  ଶରତ ଥାନା ଅଂଚଳରେ ହେଲମେଟ ଚେକିଂ କରାଯାଉଥିଲା, ସେହି ରାସ୍ତା ଦେଇ ଶରତ ଥାନା ଅନ୍ତର୍ଗତ  ନୋଟ ପଂଚାୟତ ର  ଆଦିବାସୀ ଜନଜାତି  ହୋ ସମ୍ପ୍ରଦାୟର  ବିକ୍ରମ  ବିରୁଲି  ତାଙ୍କ  8ମାସର ଗର୍ଭବର୍ତ୍ତୀ  ସ୍ତ୍ରୀ କୁ  ନେଇ  ପ୍ରତିମାସ ଭଳି  ଉଦଳା  ମେଡିକାଲକୁ  ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ  ନେଉଥିଲେ, ହେଲେ  ବିକ୍ରମ  ବିରୁଲି  ହେଲମେଣ୍ଟ ମାସ୍କ ପିନ୍ଧି ଥିବା ବେଳେ  ସ୍ତ୍ରୀ  ଗୁରୁବାରୀ  ବିରୁଲି  ମାସ୍କ ମଧ୍ୟ  ପିନ୍ଧିଥିଲେ  ହେଲେ  ସ୍ତ୍ରୀ    ଗର୍ଭବତୀ ଥିବାରୁ  ତାଙ୍କୁ  ହେଲମେଣ୍ଟ  ପିନ୍ଧାଇ ନଥିଲେ  କାରଣ  ତାଙ୍କ ସ୍ୱାସ୍ଥ୍ୟ  ଖରାପ ଥିଲା  ହେଲେ  କାହିଁକି  ହେଲମେଣ୍ଟ  ପିନ୍ଧିନି  କହି  ପୋଲିସ  ରସିଦ କାଟିଲେ , ପାଖରେ ପଇସା ନଥିବାରୁ  ଅନ ଲାଇନରେ  ପୈଠ ନିମନ୍ତେ  ସ୍ୱାମୀ  ବିକ୍ରମ  ପୋଲିସକୁ ଅନୁରୋଧ କରିଥିଲେ  ହେଲେ  ପୋଲିସ  ସାଙ୍ଗେ ସାଙ୍ଗେ ଦେବାକୁ ବାଧ୍ୟ କରିଥିଲା , ଯଦି ପଇସା ନଦେବୁ  ଯାଇପାରିବୁନାହିଁ ବୋଲି ସିଧା ମନାକରିଥିଲା, ସାଙ୍ଗରେ  ଗର୍ଭବତୀ ସ୍ତ୍ରୀ ଅଛି କହିବାପରେ ମଧ୍ୟ ପୋଲିସ ଜାଣି  ଚୁପ ରହିଥିଲା, ପୋଲିସ  ଏବଂ  ବିକ୍ରମଙ୍କ ଭିତରେ  କଥା କଟା କଟି ହେବାରୁ  ପୋଲିସ ଗର୍ଭବର୍ତ୍ତୀ  ମହିଳାଙ୍କୁ  ରାସ୍ତାରେ  ଛାଡି  ସ୍ୱାମୀକୁ  ଥାନାରେ  4ଘଣ୍ଟା ଧରି  ଅଟକ ରଖିବା ସହିତ  ଗାଡି,  ମୋବଇଲ ଛଡାଇ ନେଲେ  ଓ ଆଇ ସି  ରୀନା ବକ୍ସଲା,  ଥାନାକୁ  ଗର୍ଵବର୍ତ୍ତୀ ଗୁରୁବାରୀ ବିରୁଲି  ଚାଲି ଚାଲି  ଗଲେ 3କିଲୋମିଟର  ସେପଟେ  ଏସ୍ଡିପିଓ   ଙ୍କୁ   ଓଆଇସିଙ୍କ    ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ  ଅଭିଯୋଗ କରିଛନ୍ତି, ଏଭଳି  ଘଟଣା   ସାଧାରଣରେ  ଚର୍ଚାରେ ବିଷୟ ପାଲଟିଛି,

Leave A Reply

Your email address will not be published.