ଇଂଜିନିୟରିଂ ସ୍କୁଲରେ ୨୧ ଛାତ୍ର ସଂକ୍ରମିତ, ଆଶଙ୍କାରେ ଝାରସୁଗୁଡ଼ାବାସୀ।

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କୋରୋନା ସଂକ୍ରମଣର ଶୀକାର ହୋଇଥିବା ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ପ୍ରଶାସନ ତରଫରୁ ଇଂଜିନିୟରିଂ ସ୍କୁଲ ଓ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେନ୍ଟ ଜୋନ ଭାବରେ ଘୋଷଣା କରିବା ସମ୍ଭାବନା ଜଣା ପଡ଼ୁଛି। 

ଘଟଣା ବିଷୟରେ ଅବଗତ ହେବା ପରେ ଝାରସୁଗୁଡ଼ା ତହସିଲଦାର ଓ ପୌରପାଳିକା ଅଧିକାରୀ ଇଂଜିନିୟରିଂ ସ୍କୁଲର କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିଥିଲେ। କର୍ତ୍ତୃପକ୍ଷଙ୍କ ଅନୁସାରେ କିଛି ଦିନ ପୂର୍ବରୁ ଜଣେ କର୍ମଚାରୀ କୋରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ୧୦୦ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନମୂନା ପଠାଯାଇଥିଲା।ସେଥି ମଧ୍ୟରୁ ୮ ଜଣ ଛାତ୍ର ଓ ୧୩ ଜଣ ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା। 

 ଅଧିକାରୀଙ୍କ ସୂଚନା ମୁତାବକ, ପଜିଟିଭ ରିପୋର୍ଟ ଆସିଥିବା ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କୁ ଅଲଗା ଅଲଗା ରଖାଯାଇଛି। ସେମାନେ କାହା କାହା ସମ୍ପର୍କରେ ଆସିଥିଲେ ତାହା ମଧ୍ୟ ଶୀଘ୍ର ତଦନ୍ତ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେନ୍ଟ ଜୋନ ଭାବରେ ଘୋଷଣା କରିବାକୁ ପଦକ୍ଷେପ ନେଉଛନ୍ତି ଅଥବା ଅନ୍ୟ କୌଣସି ପଦକ୍ଷେପ ନେବେ।

Leave A Reply

Your email address will not be published.