ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ – ସମ୍ବଲପୁର ରୋଡ଼ ରେଳ ଷ୍ଟେସନ ଉଛେଦ ପ୍ରତିବାଦ ରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ରେଳ ଷ୍ଟେସନ ଉଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀ ଙ୍କ ସହ ରେଳ ଧାରଣ କଡରେ ବସିଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ । ଆସନ୍ତା ଅପ୍ରେଲ ଏକ ତାରିଖ ରୁ ଷ୍ଟେସନ କ୍ଲୋଜର ନୋଟିସ ଦେଇ ସାରିଲାଣି ରେଳ ବିଭାଗ । ସମ୍ବଲପୁର ର ସର୍ବପୁରାତନ ଓ ସହର ମଧ୍ୟରେ ଥିବାରୁ ଏହାକୁ ବନ୍ଦ ନକରି ଏହାର ଉନ୍ନତି ତଥା ଆଧୁନିକୀକରଣ ପ୍ରତି ଧ୍ୟାନ ଦେବାକୁ ପୂର୍ବତଟ ରେଳବାଇ ମ୍ୟାନେଜର, ସମ୍ବଲପୁର DRM ଙ୍କୁ ସବୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲେ ସୁଦ୍ଧା କୌଣସି ଲାଭ ହୋଇନଥିଲା । ଷ୍ଟେସନ ଉଠିଯିବା ନିଷ୍ପତିକୁ ବିରୋଧ କରି ଫାଟକ ଅଂଚଳର ଶହ ଶହ ଲୋକ ଆଜି ସକାଳୁ ରେଳ ଧାରଣା ଉପରେ ବସି ରହିଥିଲେ। ଆନ୍ଦୋଳନକାରି ମାନେ ରେଳ ଲାଇନ ଉପରେ ବସି ରହିଥିବାରୁ ସମ୍ବଲପୁର ରୋଡ଼ ଷ୍ଟେସନ ଦେଇ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା।ଷ୍ଟେସନ ନିକଟରେ ଥିବା ସମସ୍ତ ଦୋକାନ ବନ୍ଦ ରହିଛି । ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଜିଆରପି ପୋଲିସ, ଆରପିଏଫ ସମସ୍ତେ ଘଟଣାସ୍ଥଳରେ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ ମଧ୍ୟ ଲୋକେ କାହାରି କଥା ଶୁଣୁନଥିଲେ। ଏହି ଆନ୍ଦୋଳନ ଦୀର୍ଘ ଦିନ ଚାଲିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି। ଏହି ଐତିହାସିକ ଷ୍ଟେସନ କୁ ଉଚ୍ଛେଦ ନ କରି ଜମି ଅଧିଗ୍ରହଣ କଟାଯାଉ ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି କହିଛନ୍ତି ଆନ୍ଦୋଳନ କାରି। DRM ଙ୍କୁ ବିଭିନ୍ନ ବିକଳ୍ପ ବ୍ୟବସ୍ଥା ର ଯୋଜନା ପ୍ରଦାନ କରାଯାଇଥିବା ମଧ୍ୟ କୁହାଯାଇଛି।ଅନେକ ସ୍ଥାନରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟି ରୁ ସବୁ ସମ୍ଭବ ହୋଇପାରୁଛି ଏ କ୍ଷେତ୍ର ରେ କାହିଁକି ବ୍ୟତିକ୍ରମ ବୋଲି ସାଧାରଣ ରେ ପ୍ରଶ୍ନ କରାଯାଇଛି। ।ସେପଟେ ରେଳ ବିଭାଗର କିଛି ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଏହା ପରେ ଯାଇ ଆନ୍ଦୋଳନକାରୀ ମାନେ ଆନ୍ଦୋଳନକୁ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post