ଅମାନିଆ ଛତିଶଗଡ଼, ସମସ୍ୟାରେ ଓଡ଼ିଶା। 

0 2

ପୁଣି ମହାନଦୀ ଜଳ ବିବାଦ। 

ମାର୍ଚ୍ଚ ମାସ ନ ସରୁଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧୦ ଫୁଟ କମିଛି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ମହାନଦୀ ଜଳ ବଣ୍ଟନ ନେଇ ପୁଣି ସମସ୍ୟାରେ ଓଡ଼ିଶାବାସୀ। ନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ବାରା ବ୍ୟାରେଜ ନିର୍ମାଣ ନେଇ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମି କମି ଚାଲିଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ପ୍ରାୟ ୧୦ ଫୁଟ କମି ଯାଇଛି। ଏହା ସହିତ ସହଯୋଗୀ ନଦୀମାନ ଶୁଷ୍କ ହୋଇ ବସିଥିବାରୁ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି। ପରିସ୍ଥିତି ଏପରି ହେଲାଣି ଯେ ସବୁ ଗ୍ରାମକୁ ହୀରାକୁଦ ଜଳଭଣ୍ଡାରରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାରଙ୍କ ଯୋଜନା ସଫଳ ହେବ କି ନାହିଁ, ସେ ନେଇ ସନ୍ଦେହ ଉପୁଜୁଛି। ଛତିଶଗଡ଼ର କଲା ବ୍ୟାରେଜର ୬୬ଟି ଗେଟରୁ ମାତ୍ର ଗୋଟିଏ ଗେଟରୁ ଅଳ୍ପ ଅଳ୍ପ ପାଣି ଆସୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସଙ୍କଟରେ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦ ତୁଟାଇବାକୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବାର ତିନିବର୍ଷ ବର୍ଷ ବିତିଗଲାଣି, ପ୍ରାୟ କୋଡ଼ିଏ ଥର ଶୁଣାଣି ହେଲାଣି, ମାତ୍ର ସମସ୍ୟା ଯେଉଁଠିକୁ ସେଇଠି। ଦୁଇ ସରକାର କୌଣସି ନିଷ୍କର୍ଷରେ ପହଞ୍ଚି ପାରୁ ନାହାଁନ୍ତି, ହେଲେ ହନ୍ତସନ୍ତ ହେବେ ଓଡ଼ିଶାର ଜନସାଧାରଣ। ଓଡ଼ିଶା ସରକାର ଏହି ସମସ୍ୟା ଉପରେ ଗୁରୁତର ସହ ବିଚାର କରି ପନ୍ଥା ବାହାର କରିବାକୁ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.