ବିକ୍ରି ହେଲା ଭୂଷଣ ଷ୍ଟିଲ କାରଖାନା : ଜିନ୍ଦଲ ହାତରେ ଭୂଷଣ, ଆଶ୍ବସ୍ତ କର୍ମଚାରୀ। 

0 2

ସମ୍ବଲପୁର,(ରମାକାନ୍ତବିଶ୍ବାଳ)/ଝାରସୁଗୁଡ଼ା(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ସୀମାରେ ସମ୍ବଲପୁର ଜିଲ୍ଲାର ଠେଲକୋଲୋଏଠାରେ ଅବସ୍ଥିତ ଥିବା ଭୂଷଣ ଷ୍ଟିଲ କାରଖାନା ଶେଷକୁ ବିକ୍ରି ହୋଇଯାଇଛି। ଏ ନେଇ କମ୍ପାନୀର ଭବିଷ୍ୟତ ନେଇ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି।

ଗତ ୨୦୦୪ ମସିହାରୁ ଭୂଷଣ ଷ୍ଟିଲ ଏଣ୍ଡ ପାୱାର ସଞ୍ଜୟ ସିଂଘଲଙ୍କ ମାଲିକାନାରେ ଚାଲୁଥିଲା। ମାତ୍ର କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦,୦୦୦ କୋଟି ଟଙ୍କା ଋଣ କରି ଦେବାଳିଆ ଘୋଷିତ ହୋଇଥିଲା। ସେହି ସମୟରୁ ଏହାକୁ ବ୍ୟାଙ୍କ ସମୂହ ଚଳାଇ ଆସୁଥିଲେ। ଏହାପରେ ଏନସିଏଲଟି ପକ୍ଷରୁ ଏହାର ନିଲାମ ଆହ୍ବାନ କରାଯାଇଥିଲା। ପ୍ରଥମେ ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଟାଟା କମ୍ପାନୀ ଅପେକ୍ଷା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅଧିକ ଅର୍ଥ ଦେଇ କମ୍ପାନୀକୁ କିଣିବାକୁ ରାଜି ହେବାରୁ ଜିନ୍ଦଲ କମ୍ପାନୀକୁ ବିକ୍ରି କରିବା ପାଇଁ ରାଜି ହୋଇଛନ୍ତି ଏନସିଏଲଟି। ଏନସିଏଲଟି ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୩୧ ସୁଦ୍ଧା ଜିନ୍ଦଲ କମ୍ପାନୀକୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏନସିଏଲଟି। ଆଜି ଜିନ୍ଦଲ କମ୍ପାନୀ ପକ୍ଷରୁ ନିଲାମ ବାବଦକୁ ୧୯ ହଜାର କୋଟି ୩୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। 

ସମ୍ବଲପୁର ଠେଲକୋଲେଇ ସ୍ଥିତ ଭୂଷଣ ଷ୍ଟିଲ କମ୍ପାନୀକୁ ବିଧିବଦ୍ଧ ଭାବେ JSW ଟେକ ଓଭର କରିବା ବିଷୟ JSW ମୁଖ୍ୟ ସଜନ ଜିନ୍ଦଲ ସୂଚନା ଦେଇଛନ୍ତି। JSW ଚେୟାରମ୍ୟାନ କହିଛନ୍ତି ଯେ ଦେଶର ପୂର୍ବ ଭାଗ ଷ୍ଟିଲ ଉତ୍ପାଦନରେ ପ୍ରମୁଖ ଭୂମିକା ନିଭେଇ ଆସୁଛି।ଏଭଲି ସ୍ଥିତି ରେ JSW , ଭୂଷଣ ଷ୍ଟିଲ ଆଣ୍ଡ ପାୱାରକୁ ନିଜ ହାତକୁ  ନେବା ପରେ ଏହା ପୂର୍ବ ଭାରତର ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିଛି। ଏହା ସହ 2030 ସୁଦ୍ଧା ଏହା 45 MTPA କ୍ଷମତା ସମ୍ପନ୍ନ ହେବାର ଲକ୍ଷ ରଖିଛି। ଖାଲି ଦେଖିବାକୁ ବାକି ରହିଲା ଭୂଷଣ ତାର ନିଜ ଷ୍ଟାଇଲରେ ଚଲାଇ ଆସିଥିବା କମ୍ପାନୀକୁ ଜିନ୍ଦଲ ହାତକୁ ଗଲା ପରେ ଏ ଅଞ୍ଚଳର ସର୍ବସାଧାରଣ ଏହାକୁ କେତେ ଦୂର ଗ୍ରହଣ କରୁଛନ୍ତି। କାରଣ ଏବେବି ଭୁଷଣ କମ୍ପାନୀ ବହୁ ଜନ ସମସ୍ୟାର ର ବଳୟ ଭିତରେ ବାନ୍ଧିହୋଇ ରହିଛି। ସେ ଯାହାହେଉ, କମ୍ପାନୀର ଭବିଷ୍ୟତକୁ ନେଇ ଆଶଙ୍କା ଘେରରେ ଥିବା ଏହାର କର୍ମଚାରୀଙ୍କ ମଧ୍ୟରେ କିନ୍ତୁ ଖୁସିର ଲହରୀ ଖେଳିଯାଇଛି।

 

Leave A Reply

Your email address will not be published.