ସୋଆରେ ସପ୍ତାହବ୍ୟାପୀ ଚାଲିଥିବା ଏନସିସି ଶିବିର ଉଦଯାପିତ 

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକ ସପ୍ତାହବ୍ୟାପୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ ଚାଲିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବାର୍ଷିକ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ୟାପିତ ହୋଇଯାଇଛି । ବି ଏବଂ ସି ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ କ୍ୟାଡେଟମାନଙ୍କୁ  ପ୍ରସ୍ତୁତ କରିବା ନେଇ ଏହି ଶିବିର ଆୟୋଜନ କରାଯାଇଥିଲା । 

ଆଇଟିଇଆର୍, ସିଭିରମଣ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଆର୍ଯ୍ୟନ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଭଳି ୩ଟି ଇଞ୍ଜିନିୟରିଂ କଲେଜର ପ୍ରାୟ ୭୦ ଜଣ ସିନିୟର୍ ଡିଭିଜନ୍ କ୍ୟାଡେଟ୍ ଏହି ଶିବିରରେ ଯୋଗ ଦେଇଥିବା ବେଳେ କୋଭିଡ ୧୯ ଗାଇଡଲାଇନକୁ ପାଳନ କରାଯାଇ କ୍ୟାମ୍ପ ପରିଚାଳନା କରାଯାଇଥିଲା । 

କଟକ ଏନସିସି କ୍ୟାମ୍ପର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ୍ ଏ.ବି ପାଢ଼ୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଆଇଟିଇଆରର ଏନସିସି ଅଫିସର ଲେଫ୍ଟନାଂଟ ଡ. ସଚିଦାନନ୍ଦ ସାହୁ ଏବଂ ଆର୍ଯ୍ୟନ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଏନସିସି ଅଫିସର ଲେଫ୍ଟନାଂଟ ରୁଦ୍ରପ୍ରସାଦ ନନ୍ଦ ସହଯୋଗ କରିଥିଲେ । କ୍ୟାଡେଟମାନଙ୍କୁ ଶାରୀରିକ ପ୍ରଶିକ୍ଷଣ, ଅସ୍ତ୍ରଚାଳନା ପ୍ରଶିକ୍ଷଣ ଏବଂ ମାନଚିତ୍ର ପଠନ ଭଳି ବିଭିନ୍ନ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା । 

 

Leave A Reply

Your email address will not be published.