ବ୍ୟବସାୟ ଭିତ୍ତିକ ଜିବୀକା ବିକାଶ ସମ୍ୱନ୍ଧୀୟ ତାଲିମ ଶିବିର

0

01-07-18-par-1-w.jpg - 71.26 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରବ୍ଲକ ଅନ୍ତର୍ଗତ ସିଧାମଡଙ୍ଗ ପଞ୍ଚାୟତର ପୋଲୁରୁ ଗ୍ରାମସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ରବି କିରଣ ସେବା ସମିତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥାର ସହଯୋଗ ଓ ବ୍ୟବସାୟ ଭିତ୍ତିକ ଜିବୀକା ବିକାଶ ସମ୍ୱନ୍ଧୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କାର୍ଯ୍ୟକ୍ରମରେ ୪ଗୋଟି ଗ୍ରାମର ୧୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଶତାଧିକ ସଂଖ୍ୟାରେ ଯୋଗଦେଇ ତାଲିକା ଗ୍ରହଣ କରିଥିଲେ । ତାଲିମ ଶିବିରରେ ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ନାବାର୍ଡ ସଂସ୍ଥାର ଜିଲ୍ଲା ବିକାଶ ପରିଚାଳକ  ସୁଦ୍ୟୋମ୍ନ ପାଲ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମାନ୍ୟବର  ଦାମୋଦର ଉଗରସଣ୍ଡି ପଶୁ ଚିକିତ୍ସକ ଡା ଅଭିଜିତ ମିଶ୍ର, ସହାକରୀ ଉଦ୍ୟାନ ଅଧିକାରୀ ଶ୍ରୀଧା ମିଶ୍ର ଏବଂ କାଳୀ ପ୍ରସାଦ ପଟ୍ଟନାୟକ, ବ୍ରହ୍ମପୁର ସମସବାୟ ବ୍ୟାଙ୍କ ପାରଳାଖେମୁଣ୍ଡିର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମର ଶିବିିରାର୍ଥୀ ମାନଙ୍କୁ ପ୍ରଥମେ ଶିବିର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା । ନାବାର୍ଡ ଡିଡିଏମ ଶ୍ରୀ ପାଲ କହିଲେ ଯେ ମହିଳା ମାନଙ୍କ ବିକାଶ ପାଇଁ ନାବାର୍ଡର ସହାୟତାରେ ପଶୁପାଳନ ଓ ଜୈବିକ ପଦ୍ଧିତିରେ ପନିପରିବା ଚାଷ କରିବା, ବ୍ୟାଙ୍କରୁ ରୁଣ ନେଇ ଠିକ୍‍ ସମୟରେ ରୁଣ ପରିଶୋଧ କରିବା, ସମସ୍ତ ମହିଳା ପ୍ରଧାମନ୍ତ୍ରୀ ବୀମା ଜ୍ୟୋତି ଯୋଜନା ଏବଂ ପ୍ରଧାମନ୍ତ୍ରୀ ଧନଜନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ  ରବି କିରଣ ସେବା ସମିତି ଅନୁଷ୍ଠାନ ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ତାଲିମ ଶିବିର କାର୍ଯ୍ୟକ୍ରମର ୭ଦିନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଏହି ତାଲିମ ପାଇବା ପରେ ମହିଳା ଗୋଷ୍ଠୀ କିଭଳି ବ୍ୟବସାୟ ଭିତ୍ତିକ ଜୀବିକାରେ ବିକାଶ ହୋଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସମିତିର ଗଣେଶ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସହଯୋଗ କରିଥିଲେ ।

 

Leave A Reply

Your email address will not be published.