ରାୟଗଡ ବ୍ଲକ ଆଞ୍ଚଳିକ ସମସ୍ୟା ସମାଧାନ ସମିତି ପକ୍ଷରୁ ୧୧ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ

0

01-07-18-parla-tribe.jpg - 163.95 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଆଞ୍ଚଳିକ ସମସ୍ୟା ସମାଧାନ ସମିତି ପକ୍ଷରୁ ଆଜି ୧୧ ଦଫା ଦାବୀ ଗୁଡିକର ସମାଧାନ ନେଇ ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣାରେ ବସିଥିଲେ । ପରେ ୧୧ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକ ପତ୍ର ବିଡିଓ ନୃସିଂହ ଚରଣ ସେଠୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ଏହି ଅବସରରେ ସମିତିର ସଭାପତି ନବ କିଶୋର ଶବରଙ୍କ ନେତୃତ୍ୱରେ ୧୫ଶହରୁ ଅଧିକ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ପୁରୁଷ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭଯାତ୍ରାରେ ବାହାରି ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଫ୍ଲାକାର୍ଡ ମାନ ଧରି ବିଭିନ୍ନ ସାହି ବସ୍ତି ବଜାର ପ୍ରଭୃତି ପରିକ୍ରମା କରି ତହସିଲଦାର ଓ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଆନ୍ଦୋଳନକାରୀ ମାନେ ବ୍ଲକ କାର୍ଯ୍ୟାଳୟ ସାମନାରେ ବସି ବିକ୍ଷୋଭ ସହ ସଭା କରିଥିଲେ ।

ବିକ୍ଷୋଭ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା, ସମିତିର ସଭାପତି ନବ କିଶୋର ଶବର, ନେତ୍ରୀ ନନ୍ଦିନୀ ସାମଲ, ଦନମଣୀ କାର୍ଯ୍ୟୀ, ଦୁର୍ଗା ସୁବୁଦ୍ଧି ପ୍ରମୁଖ ଉଦ୍‍ବୋଧନ ଦେଇ ସରକାରଙ୍କ ଗରିବ ଓ ଆଦିବାସୀ ମାରଣନୀତିକୁ ସମାଲୋଚନା କରି ବିଭିନ୍ନ ଦାବୀ ଗୁଡିକ ଉପରେ ଦୋହରାଇଥିଲେ । ୧୧ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ରାୟଗଡ ,ତହସିଲ ପକ୍ଷରୁ ଜାତି, ବାସଗୃହ, ଓ ଆୟ ପ୍ରମାଣପତ୍ର ଦେବାରେ ଲୋକଙ୍କୁ ହଇରାଣ କରିବା ବନ୍ଦ ହେଉ, ତହସିଲ କାର୍ଯ୍ୟାଳୟ ଠାରୁ ଆବାସିଂ ରାସ୍ତାକାମ ସମ୍ପୁର୍ଣ୍ଣ କରାଯାଉ, ବିଜୁ ଗାଁ ଗାଡି ଯେଉଁ ପଡିରହିଛି ୩ଟା ତାହା ତୁରନ୍ତ ଚଳାଚଳ କରାଯାଉ, ରାୟଗଡରେ ଚାଲିଥିବା ଛତୁଆର କ୍ୱାଲିଟି ପାଇଁ ଭୁବନେଶ୍ୱର ପଠାଯାଉ , ସମସ୍ତ ସ୍ୱାସ୍ଥ୍ୟ ଓ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି କରାଯାଉ , ବିଦ୍ୟାଳୟରେ ନିଯୁକ୍ତି କରାଯିବା ଏବଂ ଅଣ ଓଡିଆ ଶିକ୍ଷକ ନିଯୁକ୍ତି ବନ୍ଦ କରାଯାଉ, .ଗୋଟିଏ ପରିସରରେ ଛାତ୍ରଓ ଛାତ୍ରୀଙ୍କ ହଷ୍ଟେଲ ରଖିବା ବନ୍ଦ କରାଯାଉ ପ୍ରଭୃତି ଦାବି ଅନ୍ତର୍ଭୁକ୍ତ । ଶେଷରେ ଜନଜାତି ସ୍ୱତନ୍ତ୍ର ବିକାଶ ପରିଷଦ ଅନ୍ତର୍ଯାମୀ ଗମାଙ୍ଗଙ୍କ କୁଶପୁତଳିକା ଦାହ କରିଥିଲେ ।

 

 

 

Leave A Reply

Your email address will not be published.