ଝାରସୁଗୁଡ଼ା :(ସୁଭାଷ ସହାରେ) -ଦୀର୍ଘ ତିନିମାସରୁ ଉର୍ଦ୍ଧ୍ଵଧରି ପଞ୍ଜାବ,ଉତ୍ତର ପ୍ରଦେଶ ଓ ହରିୟାଣାର ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ।ଦାବୀ କେନ୍ଦ୍ର ସରକାର ଗୃହୀତ କରିଥିବା ତିନୋଟି କୃଷି ଆଇନ ଉଚ୍ଛେଦ କରନ୍ତୁ। ପ୍ରଚଣ୍ଡ ଶୀତ ପରେ ଦିଲ୍ଲୀର ଗ୍ରୀଷ୍ମଋତୁକୁ ସମ୍ମୁଖୀନ ହେବାକୁ ବର୍ତ୍ତମାନ ପ୍ରସ୍ତୁତ ଚାଷୀମାନେ। ଏ ମଧ୍ୟରେ ତିନି ତିନି ଥର ଭାରତ ବନ୍ଦର ଡାକରା ଦେଇସାରିଛନ୍ତି ଏବଂ ଅନେକାଂଶରେ ସଫଳତା ମଧ୍ୟ ଲାଭ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ନିଜ ଜିଦରେ ଅଟଳ। କେନ୍ଦ୍ର ସରକାରଙ୍କ ନଛୋଡ଼ବନ୍ଧା ସ୍ବଭାବକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପୁଣି ଥରେ ଭାରତ ବନ୍ଦର ଡାକରା ଦେଇଛି କିଶାନ ଏକତା ମଞ୍ଚ। ପୂର୍ବଥର ଭଳି ଏଥର ମଧ୍ୟ ଅନେକ ରାଜ୍ୟ ତଥା ସରକାର ଏହି ବନ୍ଦକୁ ସମର୍ଥନ ଘୋଷଣା କରିସାରିଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶ୍ରୀ ନିରଂଜନ ପଟ୍ଟନାୟକ ମଧ୍ୟ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ପତ୍ର ଲେଖିଛନ୍ତି।
Sign in
Sign in
Recover your password.
A password will be e-mailed to you.