ଭାଗବତ ପାଢୀ କବି‐କମଳ ସମ୍ମାନରେ ସମ୍ମାନିତ

0 2

ପାରଳାଖେମୁଣ୍ତି / ବାଳକୃଷ୍ଣ ପାଣିଗ୍ରାହୀ : ପୁରୀଠାରେ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସମାବେଶରେ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ତିର ବରିଷ୍ଠ ସାମ୍ବାଦିକ ତଥା ଲେଖକ ଭାଗବତ ପାଢୀ ନିଜ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କୁ ମଧ୍ଯରେ ପାରଳାରେ ଜନ୍ମିତ ତଥା ଛତ୍ରପୁରରେ ବାସ କରୁଥିବା ନାରୀକବି ଶୈଳବାଳା ପାଣିଗ୍ରାହୀ ମଧ୍ଯ ନିଜ କବିତା ଆବୃତି  କରିଥିଲେ। 

ଏହି ଅବସରରେ ବାଲେଶ୍ବରର ପଦ୍ମଲୋଚନ ପାଠାଗାର ତରଫରୁ କବି ଭାଗବତ ପାଢୀଙ୍କୁ କବି‐କମଳ ସମ୍ମାନରେ ସମ୍ମାନୀତ କରାଯାଇଥିଲ। ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲାର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ତଥା ଅନ୍ୟାନ୍ୟ ସାହିତ୍ୟପ୍ରେମୀ ଶ୍ରୀଯୁକ୍ତ ପାଢୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.