ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଓ ଅଗ୍ରାଧିକାର ଭିତ୍ତିରେ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହାଉପରେ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମେ ଅଙ୍ଗନବାଡି କର୍ମିଙ୍କ ଦ୍ବାରା ପ୍ରତି ପଞ୍ଚାୟତ ସମିତିରେ ସର୍ଭେ କରାଯାଥିଲା। ଜିଲ୍ଲାର ସମସ୍ତ ପଞ୍ଚାୟତ  ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଙ୍କ ଦ୍ବାରା ପ୍ରତି ପିଲାଙ୍କର ସାମାଜିକ ତଦନ୍ତ ବିବରଣୀ ସଂଗ୍ରହ କରାଯାଇଥିଲା।  

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରକୁ ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ଶିଶୁ ସମ୍ପର୍କ ଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକରେ ଚିହ୍ନଟ କରାଯାଇଥିବା ଅନାଥ ତଥା ପିତୃମାତୁହୀନ ପିଲାଙ୍କ ଯତ୍ନ ଏବଂ ସେମାନଙ୍କର ସୁରକ୍ଷା ଆବଶ୍ୟକତା ପଡୁଥିବା ପ୍ରାୟ ୨୬ ଗୋଟି ଅନାଥ ପିଲାମାନଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନା କରାଯାଇଥିଲା। 

 ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଅଳକା ସାହୁ, ସଭ୍ୟ ହିରଣ୍ୟ କୁମାର ରାୟ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣ, ଲଳିତା ମଳିକ ଉପସ୍ଥିତ ଥିଲେ।  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ରର ଡମ୍ବରୁଧର ବଳବନ୍ତ ପ୍ରମୁଖ ଯୋଗ ଦେଇଥିଲେ।

 ଏହି ବୈଠକରେ ୨୬ ଗୋଟି ପିତୃମାତୃହୀନ ଶିଶୁ ସେମାନଙ୍କର ଅଭିଭାବକଙ୍କ ସହ ଶିଶୁ କଲ୍ୟାଣ ସମିତି ଆଗରେ ଉପସ୍ଥାପନ ହୋଇଥିଲା ବେଳେ ସେମାନଙ୍କର ସଠିକ ଥଇଥାନ ନିମନ୍ତେ ଆଇନ ଅନୁଯାୟୀ ଚେଷ୍ଟା କରାଯିବ  ବୋଲି ସମିତି ଅଧ୍ୟକ୍ଷ ଶ୍ରୀ ଚାଉଳ କହିଥିଲେ। ଏହି କାର୍ଯ୍ୟକ୍ରମକୁ ମୋହନା ଚାଇଲ୍ଡଲାଇନ୍, ସୁପରଭାଇଜର( ଆଇସିଡ଼ିଏସ୍‌) ଅଙ୍ଗନାବାଡି କର୍ମୀ,ଡେ ଷ୍ଟାର ହୋମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

 

Leave A Reply

Your email address will not be published.