ଆଜାଦ୍ ହିନ୍ଦ୍ ଯୁବକ ସଂଘର ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0 2

ବରଗଡ :- ବରଗଡ ଜିଲ୍ଲା ରାୟଶୋଭା ଗ୍ରାମର ଆଜାଦ୍ ହିନ୍ଦ୍ ଯୁବକ ସଂଘ ଆନୁକୂଲ୍ୟରେ ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଇ କୃପା ହସପିଟାଲର ଯୁବ ଡାକ୍ତର ତଥା ଜଣାଶୁଣା ସମାଜସେବୀ ଡ. ସସ୍ମିତା ଦାସ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ୨୮ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କୁ ମିଶାଇ ମୋଟ ୩୨ ଜଣ ରକ୍ତଦାନ କରିଥିଲେ। ଭାରତୀୟ ସେନାର ୩ ଜଣ ଅବସରପ୍ରାପ୍ତ ଗୋପାଲପୁର ର ବିନୋଦ ପଧାନ, ମୁଲବାର ର ଶ୍ରୀକାନ୍ତ ସାହୁ, ବଗେଇବିରା ର ଆଶିଷ ପଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜେ ମଧ୍ୟ ରକ୍ତଦାନ କରି ଶିବିରର ଗୌରବ ବଢ଼େଇ ଥିଲେ। ବରଗଡ଼ ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଦ୍ଵାରା ରକ୍ତ ସଂଗ୍ରହ କରା ଯାଇଥିଲା। ଶିବିର ପରିଚାଳନାରେ କ୍ଲବର ସଦସ୍ୟ ମାନେ ସୁବ୍ରତ ଭୋଇ, ହିମାଂଶୁ ଦେହେରୀ, ମହେଶ ଦେହେରୀ, ରାଜଗୋପାଲ ଭୋଇ, ଶିବରାମ ଭୋଇ, ପ୍ରତାପ ଭୋଇ, ଚନ୍ଦ୍ର ଦେହେରୀ, ଅଶୋକ ପ୍ରଧାନ, ବାଳଗୋପାଲ ଭୋଇ, ଏକାମ୍ର ଖମାରି, ଆଲୋକ ଦେହେରୀ, ଶିପନ ଭୋଇ, ବିରୋଜ ରଣା, ଫକିର ଦେହେରୀ, ଅସିତ ଖମାରି, ଗଙ୍ଗାରାମ ଭୋଇ, ପରି ଭୋଇ ମୁଖ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.