ଲୋକକବି ହଳଧର ନାଗ ଆବାସିକ ବିଦ୍ୟାଳୟରେ ବୃକ୍ଷ ରୋପଣ

0 2

ବରଗଡ / ସୋହେଲା :- ପ୍ରଦୂଷଣ କାରଣରୁ ବର୍ତ୍ତମାନ ଅବସ୍ଥା ସାଙ୍ଘାତିକ ହେବାକୁ ବସିଲାଣି । ସରକାରୀ ଓ ବେସରକାରୀ ଖାଲି ସ୍ଥାନରେ , ଯେଉଁଠାରେ ସମ୍ଭବ ସେହି ସ୍ଥାନରେ ଗଛ ଲଗାଇବା ପାଇଁ ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ବର୍ତମାନ ଲୋକେ ମଧ୍ୟ ବୃକ୍ଷର ଆବଶ୍ୟକତା କୁ ବୁଝେଲେଣି । ସରକାର ଙ୍କର ତରଫରୁ ପ୍ରତ୍ୟେକ ବର୍ଷ ଏକ ନିର୍ଦିଷ୍ଟ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜନସାଧାରଣ ମଧ୍ୟ ବୃକ୍ଷ ରୋପଣ କରି ନିଜର କର୍ତବ୍ୟ ଜାରୀ ରଖିଛନ୍ତି । ଆଜି   ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲୁରୁରାଚଟି ନିକଟସ୍ଥ କୁଦୋପାଲି ଠାରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଆବାସିକ ବନ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା, ବିଦ୍ୟାଳୟର ସଭାପତି ଲୋକ କବି ଶ୍ରୀ ହଳଧର ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜନେକ କଅଁର ଓ ପରମେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.