ଚିଲିଗୁଡା ଠାରେ ଦିବାରାତ୍ରୀ ସି.ପି.ଏଲ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

0 2

କୋକସରା /ଦେବେନ୍ଦ୍ର ସାଗର (ଶାସକ ପ୍ରଶାସକ): କୋକସରା ବ୍ଲକ ଚିଲିଗୁଡା ଠାରେ ସୁପରଷ୍ଟାର ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ଦ୍ବି ଦିବସିୟ ସି ପି ଏଲ ଭଳିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଉଦଯାପନୀ  ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେପି ଯୁବମୋର୍ଚା ସଭାପତି ତଥା କଲମପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେଵ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  କୋକସରା ବିଡ଼ିଓ ମନୀଷା ଦାସ ଯୋଗଦେଇ ଖେଳାଳି ଙ୍କୁ କ୍ରୀଡା ପ୍ରତି ରୁଚି ରଖିବା ସହ ଗୁରୁତ୍ୱ  ଦେଲେ ଆଗକୁ କ୍ରୀଡା ରେ କ୍ୟାରିଅର ଗଢି ପାରିବେ ବୋଲି କହିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ କୋକସରା  ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସମିତି ସଭ୍ୟ ତ୍ରିଭୁବନ ନାଏକ ନିଜ ବକ୍ତବ୍ୟ ରେ କୋକସରା ବ୍ଲକ ବିଗତ ବର୍ଷ ରେ ଭଳିବଲ ଖେଲ ରେ ଅନେକ ସୁନାମ ଅର୍ଜନ କରିଥିବା କହିଥିଲେ l  ବିଜେଡି ବ୍ଳକ ସଭାପତି ସୁଶାନ୍ତ କୁମାର ବେହେରା,ପୂର୍ବତନ ଭଳିବଲ ଖେଳାଳି ଶିବ ପ୍ରସାଦ ପ୍ରଧାନୀ,ପ୍ରମୋଦ ପ୍ରଧାନୀ,ଧନେଶ୍ୱର ପଣ୍ଡା,ରଜନୀ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳି ଙ୍କୁ ଭେଟି ଉତ୍ସାହିତ କରିଥିଲେ  ଦ୍ଵି ଦିବସିୟ ଭଳିବଲ ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି  ଦଳ ଭାଗ ନେଇଥିଲେ ଫାଇନାଲ ଖେଳ କୋକସରା ଭେଟରାନ ଟିମ ଓ କୋକସରା ବି ଟିମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୩ ସେଟ ରେ କୋକସରା ବି ଟିମ କୁ ହରାଇ କୋକସରା ଭେଟରାନ ଟିମ ଦଳ ବାଜିମାତ କରି ଫାଇନାଲ ବିଜୟୀ ହୋଇଥିଲେ l

ମ୍ୟାଚ ରେଫରି ଭାବେ କୋକସରା ଜବାହାର ହାଇସ୍କୁଲର ଖେଳ ଶିକ୍ଷକ ଅମିତ ମହାନ୍ତି, ଉତ୍ତମ କୁମାର ପଣ୍ଡା ଖେଳ ପରିଚାଳନା କରିଥିଲେ l  ଚିଲିଗୁଡା  ସୁପର ଷ୍ଟାର ଭଳିବଲ ଆସୋସିଏସନ ର  ଶିବରାମ ଗହୀର,ସୁଶାନ୍ତ ବାଗ,ବିଭୁତି ଦୁର୍ଗା,ବିଦ୍ୟା ଗହୀର,ସୁଧୀର ନିଆଲ,ପୂର୍ଣ୍ଣଚନ୍ଦ୍ର ନିଆଲ, ଅଭିମନ୍ୟୁ ଗୋପାଳ,ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply

Your email address will not be published.