ଟିଟିଲାଗଡ, (ଗୌରବ ଦର୍ଜୀ )- ଟିଟିଲାଗଡ଼ ସହର ର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ତଥା ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଥିବାରୁ ଅନେକ ଆନ୍ଦୋଳନ, ଦାବୀ ପରେ ବ୍ରିଜ ନିର୍ମାଣ ପାଇଁ ୧୯୯୨ ମସିହାରେ ପ୍ରଥମ ଶୁଭ ପଡ଼ିଥିଲା । ହେଲେ ରାଜନୈତିକ ଛକା ପଞ୍ଝା ଭିତରେ ରହି ୨୦୨୧ ମସିହା ଫେବୃଆରୀ ମାସରେ କାମ ସମ୍ପୂର୍ଣ୍ଣ ହୋଇ ସାରିଛି। କିନ୍ତୁ ଲୋକଙ୍କ ପାଇଁ ଏବେ ବି ଅପେକ୍ଷାରେ ଅନ୍ତ ଘଟି ନାହିଁ। ଲୋକେ ଆଶା କରିଥିଲେ ମାର୍ଚ୍ଚ ମାସରୁ ଲୋକଙ୍କ ଯାତାୟାତ ପାଇଁ ବ୍ରିଜ ଟି ଖୋଲିବ ହେଲେ ଏବେବି ଏହା ଆଶଙ୍କା ରେ ରହିଛି। କାରଣ ଏଥି ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବେ ଏବଂ ଉଦ୍ଘାଟନ କରିବେ। ସେତେ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷାରେ ରହିବାକୁ ପଡିବ। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସହରରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଆଉ ଏବେ ବି ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଛି। ଅଣ୍ଡରବ୍ରିଜ ରହିଛି ସତ। ହେଲେ ସାମାନ୍ୟ ବର୍ଷା ହେଲେ ଅଣ୍ଟାଏପାଣି ରେ ଭରି ରହୁଛି। ପୁଣି ଅଣ୍ଡରବ୍ରିଜ ରେ ବି କାହିଁ କେତେ ଭିଡ଼ ରହୁଛି। ଓଭର ବ୍ରିଜ କୁ ସାର୍ଵଜନୀନ କରାଗଲେ ସହରରେ ଅନେକ ଟ୍ରଫିକସମାସ୍ୟାର ସମାଧାନ ହୋଇ ପାରନ୍ତା। ହେଲେ ଏଥିପାଇଁ କାହାରି ଚିନ୍ତା ନାହିଁ। ଅତୀତ ରେ ବଡ଼ ବଡ଼ ଦୁର୍ଘଟଣା ମାନ ଘଟି ବହୁ ମୂଲ୍ୟବାନ ଜୀବନ ବି ଯାଇଛି। ଗତ କିଛି ଦିନ ତଲେ ଓଭର ବ୍ରିଜ ତଲେ ପରିବା ବ୍ୟବସାୟୀ ଙ୍କ ଉପରକୁ ଗାଡି ବି ମାଡ଼ିଗଲା। ଅନେକ ଲୋକ ଆହତ ହେଲେ ଜଣ ଙ୍କର ଜୀବନ ବି ଚାଲିଗଲା। ହେଲେ ଆଜି ବି ଓଭର ବ୍ରିଜ ଟି ଖୋଲିପାରି ନାହିଁ। ଯାହାକୁ ନେଇ ଟିଟିଲାଗଡ଼ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।ଆଜି ଟିଟିଲାଗଡ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ନରସିଂହ ସିଂ ଓ ଅନ୍ୟାନ୍ୟ ଭାରତୀୟ ଜନତା ପାର୍ଟି ର ସଦସ୍ୟ ମାନେ ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖରେ ବ୍ରିଜ ର ଆରମ୍ଭ ରେ ଆନ୍ଦୋଳନ କରିଥିଲେ। ଟିଟିଲାଗଡ ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଶୀଘ୍ର ବ୍ରିଜ କୁ ଖୋଲିବା ପାଇଁ ଦାବି କରିଥିଲେ। ମୁଖ୍ୟ ମନ୍ତ୍ରୀ ଯେବେ ଆସିବେ ସେବେ ରାଜନୈତିକ ଦୃଷ୍ଟି ରୁ ଉଦ୍ଘାଟନ କରିବେ କିନ୍ତୁ ବର୍ତ୍ତମାନ ସହର ବାସୀ ଓ ଯାତ୍ରୀ ଙ୍କ ଚଳାଚଳ ପାଇଁ ଶୀଘ୍ର ବ୍ରିଜ ଖୋଲା କରିବାପାଇଁ ଦାବି କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାନଗଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post