ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ,ବିଡିଓ ଓ ଯନ୍ତ୍ରୀ ମାନଙ୍କ ବିରୋଧରେ ସମିତି ସଭ୍ୟ ମାନେ ଉପଜିଲ୍ଲାପାଳ ପଦ୍ମପୁରଙ୍କ ଠାରେ  ଅଭିଯୋଗ କଲେ 

0

ପଦ୍ମପୁର/Nlla Deep: -ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତି ୨୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ ।ରାଜବୋଡାସମ୍ବର ପଞ୍ଚାୟତ ସମିତିର ଅଧ୍ୟକ୍ଷ ,ବିଡ଼ିଓ ତଥା ଯନ୍ତ୍ରୀ ମାନଙ୍କ ବିରୋଧରେ ଆଜି ପଞ୍ଚାୟତ ସମିତିର ୧୬ଜଣ ସମିତି ସଭ୍ୟ  ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ଅନୁସାରେ ଅଧ୍ୟକ୍ଷ,ବିଡ଼ିଓ ଓ ଯନ୍ତ୍ରୀ ମାନେ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ନିଜ ମନ ଇଚ୍ଛା ତଥା ଦଲାଲ ମାନଙ୍କ ଦଲାଲ ମାନଙ୍କ ଦ୍ବାରା ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଦିପ୍ତିମୟୀ ଭୁଏ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।ଯଥାଶୀଘ୍ର ଅଭିଯୋଗର ତଦନ୍ତ କରାଯିବ ବୋଲି ଶ୍ରୀମତୀ ଭୁଏ ବ୍ୟକ୍ତ କରିଛନ୍ତି । ଏ ଅଭିଯୋଗ ବିଷୟରେ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମରମଣୀ ନାଏକ ଙ୍କୁ ପଚାରିବାରୁ ସେ ଏବିଷୟରେ ଜାଣିନ ଥିବା କହିଛନ୍ତି ।
 
Leave A Reply

Your email address will not be published.