ଖଡ଼ଗପୁର /ଭୁବନେଶ୍ୱର (ଶାସକ ପ୍ରଶାସକ) : ପଶ୍ଚିମ ବଙ୍ଗରେ ନିର୍ବାଚନୀ ଉସ୍ମତା ବୃଦ୍ଧି ପାଇଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଛି | ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଥିବା ବେଳେ ବିଜେପି ମଧ୍ୟ ତାହାର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରୁଛି ବଙ୍ଗ ଦଖଲ ପାଇଁ | ପଶ୍ଚିମବଙ୍ଗର ଓଡ଼ିଆ ବହୁଳ ଅଂଚଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚାରରେ ଓଡ଼ିଶାର ନେତୃବୃନ୍ଦଙ୍କୁ ନିୟୋଜିତ କରିଥିବା ବେଳେ ପ୍ରଚାର ମୈଦାନରେ ସାମିଲ ହେବାକୁ ଖଡ଼ଗପୁରରେ ପହଂଚିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଦଳର ଗଣମାଧ୍ୟମ ଚେହେରା ଗୋଲକ ମହାପାତ୍ର | ଶ୍ରୀ ମହାପାତ୍ର ସେଠାରେ ପହଂଚି ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା କରିବା ସହ ଓଡ଼ିଆ ଭୋଟର ବହୁଳ ଅଂଚଳରେ ପ୍ରଚାର ପାଇଁ ୠଣନୀତି ପ୍ରସ୍ତୁତ କରିଛନ୍ତି | ବିଭିନ୍ନ ଓଡ଼ିଆ ବହୁଳ ଅଂଚଳରେ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ ତଥା ଲୋକ ହିତକର କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ଅବଗତ କରାଇବେ | ବିଜେପି ପଶ୍ଚିମବଙ୍ଗରେ ନିଶ୍ଚିତ ଭାବେ ସଫଳତା ପାଇବ ବୋଲି ଦୃଢ ଆଶା ବ୍ୟକ୍ତ କରିଛନ୍ତି ଶ୍ରୀ ମହାପାତ୍ର |
Sign in
Sign in
Recover your password.
A password will be e-mailed to you.