ମୁଖ୍ୟମନ୍ତ୍ରୀଙ୍କର ନୂଆପଡା ଗସ୍ତର ଏଲସିଡି ମାଧ୍ୟମରେ ସିଧା ପ୍ରସାରଣ

0

 ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଆସି ନୂଆପଡାବାସୀଙ୍କ ଉନ୍ନତି ଓ ବିକାଶ ପାଇଁ ପ୍ରାୟ ଚାରି ହଜାର କୋଟି ଟଙ୍କାର ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟ ସମାରୋହ ଖରିଆର ଠାରେ ଆୟୋଜନ କରାଯାଇଥିବା ବେଳେ ନୂଆପଡା ଜିଲ୍ଲାର ତଥା ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ଲୋକଙ୍କର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା ।   ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି  ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍ ଭାଲୁମୁଣ୍ଡା, ମୁରି ବାହାଲ୍ ଓ ସିନ୍ଧେକେଳା ଠାରେ ଆୟୋଜିତ କରାଯାଇଥିଲା।  ଏହି ଅବସରରେ ମନ୍ତ୍ରୀ ଶାରିରୀକ ଅକ୍ଷମ ବ୍ୟକ୍ତି ମାନଙ୍କୁ ଟ୍ରାଇ ସାଇକଲ ଓ ଶ୍ରବଣ ବାଧିତ ଲୋକଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କର ମଧ୍ୟରେ କବିସୂର୍ଯ୍ୟ ନଗର  ବିଧାୟିକା ଶ୍ରୀମତି ଲତିକା ପ୍ରଧାନ,ବିଧା଼ୟକ କିଶୋର ନାୟକ, ବରିଷ୍ଠ ନେତା ଅଜୟ ଦାସ, ଯୁବ ନେତା ନିହାର ରଞ୍ଜନ ବେହେରା, ଫିରୋଜ ଖାଁ ବରଗଡ଼ ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ,ବଲାଙ୍ଗିର ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଓ ଦଳୀୟ କର୍ମକର୍ତ୍ତା ବହୁ ସଂଖ୍ୟାରେ  ଉପସ୍ଥିତ ଥିଲେ।

Leave A Reply

Your email address will not be published.