ଡାକ୍ତର ନିଯୁକ୍ତି ଦାବିରେ ବିଜେପି ଗାଇସିଲେଟ ବ୍ଳକ ପକ୍ଷରୁ ଦାବିପତ୍ର ପ୍ରଦାନ 

0

ପଦ୍ମପୁର-ଓଡିଶାରେ ଡାକ୍ତର ପଦବୀ କୁ ନେଇ ଦେଖାଯାଇଛି ଘୋର ମରୁଡି l ସବୁଠି ସରକାରୀ ଡାକ୍ତରଖାନା ଡାକ୍ତର ଅଭାବ ନେଇ ଶୁନଶାନ୍ ଲାଗୁଛି ଯାହା ବିଭିନ୍ନ ପତ୍ର ପତ୍ରିକା ରେ ପ୍ରାୟ ସବୁଦିନ ଦେଖିବାକୁ ମିଳିଥାଏ l ଠିକ ସେମିତି ଅଚଳାବସ୍ଥା ସୃଷ୍ଟି ହୋଇଛି ବରଗଡ ଜିଲ୍ଲା ରେ l ତାଲପାଲି ଓ ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ସହ ସ୍ଥାୟୀ ଭାବେ  ଅନ୍ୟୁନ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତି ଦାବୀ ରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ଗାଇସିଲେଟ ବ୍ଳକ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lତାଙ୍କ କହିବାକଥା ହେଲା ଗାଇସିଲେଟ ବ୍ଳକ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବେଶ ପରିଚିତ l ଏଠାକାର ଆର୍ଥିକ ଅବସ୍ଥା ଠିକ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ l ସ୍ୱାସ୍ଥ୍ୟ ପାଇଁ ସରକାର ବାହାଦୁର ତାଲପାଲି ଓ ଗାଇସିଲେଟ ଠାରେ ନାମକୁ ମାତ୍ର ଦୁଇଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି ଦେଇଛନ୍ତି ସତ କିନ୍ତୁ ଅଜାଗା ଘା ଦେଖେଇ ହୁଏନି କି ଦେଖାଇ ହୁଏନି ଭଳି ଏଠି ବହୁଦିନ ହେଲା ବିଶେଷଜ୍ଞ ପଦବୀ ସମେତ ଡାକ୍ତର ଅଭାବ ଲାଗି ରହିଛି l ଏ ସମ୍ପର୍କରେ ଆଗରୁ ଆମରଣ ଅନଶନ ମଧ୍ୟ ହୋଇସାରିଛି ଲ ତାକୁ ନେଇ କିଛି ଦିନ ପାଇଁ ସରକାର ବାହାଦୁର ଲୋକ ଙ୍କୁ ଶାନ୍ତ କରିବା ପାଇଁ ଡାକ୍ତର ଦେଇଥିଲେ କ୍ଷଣସ୍ଥାୟୀ ଭାବେ l କରୋନା ମହାମାରୀ ସମୟ ରେ ଡାକ୍ତରଖାନା ରେ ଡାକ୍ତର ମରୁଡି, ସର୍ବୋପରି କରୋନା ଟିକାକରଣ ଚାଲିବା ପରିତାପର ବିଷୟ ଅଟେ l ଚିକିତ୍ସା ବ୍ୟତୀତ ଲୋକଙ୍କୁ ଜନ୍ମ ମୃତ୍ୟୁ ପଞ୍ଜିକରଣ ପାଇଁ ଡାକ୍ତର ଖାନା ମାନଙ୍କୁ ଯାଇ ବହୁ ହଇରାଣ ହରକତ ହେବାକୁ ପଡୁଛି l ସପୃକ୍ତ ଅଧିକାରୀ ପ୍ରମାଣ ପତ୍ର କାଢି ରଖିବାର ୧୫ ରୁ ୨୦ ଦିନ ଗଲାପରେ ମଧ୍ୟ ଡାକ୍ତର ଙ୍କ ଦେଖାମିଳୁନି l ଆଜି ଠାରୁ ୭ ଦିନ ମଧ୍ୟରେ ଯଦି ଆସୁ ସମାଧାନ କରାନଯାଏ ତେବେ ଆସନ୍ତା ୧୮.୦୩.୨୦୨୧ ତାରିଖ ରେ ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ତାଲା ଦେବା ସଙ୍ଗେ ସଙ୍ଗେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଭାରତୀୟ ଜନତା ପାର୍ଟି ଗାଇସିଲେଟ ବ୍ଳକ ତରଫରୁ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦିଆଯାଇଛି l

Leave A Reply

Your email address will not be published.