ସଡକ ଦୁର୍ଘଟଣାରେ ବାପାମା ଓ ଝିଅ ମୃତ ଘଟଣା: ପରିବାରବର୍ଗଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଯୁବ ଯାଦବ ମହାସଭା

0

ଧର୍ମଗଡ଼ ସୁଶାନ୍ତ ରାଉତ : କିଛି ଦିନ ତଳେ ଡ଼ଙ୍ଗରିଗୁଡା ଛକ ଠାରେ ଏକ ଘରୋଇ ବସ୍ ଧକ୍କା ଦେବାରୁ ଗୋଲାମୁଣ୍ଡା ବ୍ଲକ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗଙ୍କ ସମେତ ତାଙ୍କ ଧର୍ମପତ୍ନୀ ଓ ନାବାଳିକା ଝିଅର ମୃତ୍ୟୁ ହୋଇଥିଲା। ଏକାସାଙ୍ଗରେ ୩ଜଣଙ୍କ ମୃତ୍ୟୁ ହୋଇଥିବାରୁ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏପରି ଏକ ସମୟରେ ଏହି ପରିବାର ପାଖରେ ପହଞ୍ଚି ସମବେଦନା ଜ୍ଞାପନ କରିବାସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। ଆଜି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତୁରେଛଡା ଗାଁରେ ପହଞ୍ଚି ମୃତ କୃଷ୍ଣଚନ୍ଦ୍ରଙ୍କ ବୃଦ୍ଧ ମାତା ସିଆଁଲ ବାଗ, ବଡ଼ଭାଇ ଯୁଧିଷ୍ଠିର ବାଗ, ଭାଉଜ ଯଶୋଦା ବାଗ ଓ ୧୩ବର୍ଷର ଝିଅ ସୁମନୀଙ୍କୁ ସାକ୍ଷାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଜିଲ୍ଲା ଯୁବ ସଂପାଦକ ଲିଙ୍ଗରାଜ ବେହେରା, ସହ ସଂପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି, ପୂର୍ବତନ ବ୍ଲକ ସଭାପତି ନରହରି ବାଗ, ଚପ୍ରିଆ ସରପଞ୍ଚ ଦେବାର୍ଚ୍ଚନ କାଣ୍ଡ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ଯୁବ ଯାଦବ ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ବ୍ୟତିରେକ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି ଏହି ପରିବାରକୁ ରାସନ ସାମଗ୍ରୀ ଓ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଚପ୍ରିଆ ପଞ୍ଚାୟତ ଅନ୍ତର୍ଗତ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ (୩୫) ତାଙ୍କ ସ୍ତ୍ରୀ ସୁକେଶି ବାଗ (୩୨) ଓ ନାବାଳିକା ଝିଅ ସୁପ୍ରିଆ ବାଗ (୭) ଏକ ବାଇକ୍ ଯୋଗେ ଲିଟିଗୁଡାରୁ ଏକ ବିବାହ ଭୋଜି ଖାଇ ଆସୁଥିବା ସମୟରେ ଡ଼ଙ୍ଗରିଗୁଡା ଠାରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ସେମାନଙ୍କ ବାଇକ୍ କୁ  ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ନାବାଳିକା ଝିଅକୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପରିବାର ଭୂମିହୀନ ହୋଇଥିବାରୁ ଏମାନଙ୍କୁ ତୁରନ୍ତ  ସହାୟତା ଯୋଗାଇ ଦେବାସହ ମୃତ କୃଷ୍ଣଚନ୍ଦ୍ରଙ୍କ ଝିଅକୁ ଆବାସିକ ବିଦ୍ୟାଳୟରେ ପଢାଇବାର ବ୍ୟବସ୍ଥା କରାଇବାକୁ ସରକାର ଏବଂ ପ୍ରଶାସନ ପାଖରେ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା।

Leave A Reply

Your email address will not be published.