ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ପଶ୍ଚିମ ଓଡିଶାରୁ ପ୍ରଥମ କରି ପ୍ରକାଶିତ ସମଲେଶ୍ବରୀ ପଞ୍ଜିକା ର ଷୋଡଶାଧାରୀ ସଂସ୍କରଣ (2021 ଓ 2022) ଆଜି ଉନ୍ମୋଚିତ ହୋଇଛି । 2006 ମସିହାଠାରୁ କ୍ରମାଗତ ଭାବରେ ପ୍ରକାଶିତ ହୋଇ ପଶ୍ଚିମାଞ୍ଚଳର ଆଶା ଆକାଂକ୍ଷାକୁ ପୁରଣ କରିବାର ପ୍ରୟାସ ଅବ୍ୟାହତ ରଖିଛି । ଆଜି କୋଭିଦ କଟକଣା ମଧ୍ୟରେ ଏକ ନିରାଡମ୍ବର ଭାବରେ 2021 ଓ 2022ର ସମଲେଶ୍ବରୀ ପଞ୍ଜିକା ମାଁ ସମଲେଶ୍ବରୀ ଙ୍କ ଠାରେ ପୁଜାର୍ଚ୍ଚନା ପରେ ଉନ୍ମୋଚିତ ହୋଇ ଯାଇଛି। ଏଥିରେ ପଣ୍ଡିତ ସର୍ବଶ୍ରୀ ଅମରନାଥ ମିଶ୍ର, କମଳାକାନ୍ତ ମିଶ୍ର, ବିନତି ପାଣ୍ଡେୟ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଆଶୁତୋଷ ହୋତା, ବୁଲୁ ପାଢୀ, ସୁଧାଂଶୁ ଶେଖର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୋପୀନାଥ ପଣ୍ଡା ଓ ଶ୍ରୀ କାର୍ତ୍ତିକ ପ୍ରସାଦ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.