ସମ୍ବଲପୁର ପୋଲିସ ବିଭାଗ ପକ୍ଷରୁ ରେଙ୍ଗାଲି ଥାନାରେ ୧୭୧ ୟୁନିଟ ରକ୍ତ ସଂଗ୍ରହ ।

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-  ରକ୍ତ ପାଇଁ କେହି ମରିବେ ନାହିଁ। 5ଟି ମୋ ସରକାର ଅଧିନରେ ସମ୍ବଲପୁର ଏସପି ବି.ଗଙ୍ଗାଧରଙ୍କ ନିଦ୍ଦେର୍ଶ କ୍ରମେ ମଙ୍ଗଳବାର ରେଙ୍ଗାଲି ଥାନା ପରିସରରେ ସମ୍ବଲପୁର ଜିଲ୍ଲା ପୋଲିସର ସହଯୋଗିତାରେ ସର୍ବାଧିକ ୧୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠିତ ଶିବିରକୁ ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ। ରିଜର୍ଭ ଇନ୍ସପେକ୍ଟର ମଧୁସୂଦନ ମହାପାତ୍ର, ରେଙ୍ଗାଲି ଥାନାଧିକାରୀ ଧବଲେଶ୍ବର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଏକ ମହତଦାନ ଏ କଥାକୁ ବୁଝିପାରି ବହୁ ଯୁବକ ଯୁବତୀ ପ୍ରଥମ ଥର ପାଇଁ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ସ୍ଥାନୀୟ ଶ୍ଯାମ  ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ବହୁ କର୍ମଚାରୀ ଶିବିରକୁ ଆସି ରକ୍ତଦାନ କରିଥିଲେ। ସମ୍ବଲପୁର ମୁଖ୍ଯ ଚିକିତ୍ସାଳୟର ରକ୍ତ ସଂଗ୍ରହ ବିଭାଗର ଡାକ୍ତର ଓ ସହଯୋଗୀ ମାନେ ରକ୍ତ ସଂଗ୍ରହ କରିଥିଲେ।ଶିବିରକୁ ରେଙ୍ଗାଲି ଥାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.