ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ସହରବାସୀ ନାରାଜ୍। 

0 2

ଟିଟିଲାଗଡ ( ଗୌରବ ଦର୍ଜୀ  ) -ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘର  କୁ ଜବର ଦଖଲ ଉଚ୍ଛେଦ ଅଭିଯୋଗ ରେ ଭାଙ୍ଗି ଦିଆଯାଇଛି। ସୂତ୍ର ରୁ ଜଣାପଡିଛି ଯେ ୱାର୍ଡ ନଂ ୧୦ ରେ ଥିବା ଅଙ୍ଗନୱାଡ଼ି ଘର ପୁରୁଣା ଓ ଅଧା ଭଙ୍ଗା ହୋଇ ପଡ଼ିଥିବାରୁ ଉକ୍ତ ସ୍ଥାନରେ ନୂତନ ଅଙ୍ଗନୱାଡ଼ି କୋଠା ନିର୍ମାଣ କରାଯିବା ସହ ନିକଟରେ ଏକ ଧର୍ମଶାଳା ତିଆରି କରାଯିବ ବୋଲି ଜଣାପଡିଛି। ଆଜି ଦିନ ୧୨ ଟା ସମୟ ରେ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଓ ଓମିନ ରଞ୍ଜିତ ପାଣି ଙ୍କ ଉପସ୍ଥିତିରେ  ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଦୀପକ ମହାପାତ୍ର ଙ୍କ ଘର ଓ ଅବସରପ୍ରାପ୍ତ ଏଫ୍ ସି ଆଇ କର୍ମଚାରୀ ଟି ଶଙ୍କର ରାଓ ଙ୍କ ଘର କୁ ଭାଙ୍ଗି ଦିଆଯାଇଛି। ସେଠାରେ ବାସ କରୁଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ କେବଳ ଦୁଇ ଦିନ ରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇ ଥିଲେ।  ଟିଟିଲାଗଡ ପ୍ରଶାସନ ର ନିରୀହ ଗରିବ ଲୋକଙ୍କ ଜବର ଦଖଲ ନାମରେ  ଘର ଭାଙ୍ଗିବା ଘଟଣା ସହରବାସୀଙ୍କ ବ୍ୟଥିତ କରିବା ସହ ଆକ୍ରୋଶ ର ମାହୋଲ ଦେଖିବାକୁ ମିଳୁଛି। ପୂର୍ବ ରୁ ଏହି ପରି ଜବର ଦଖଲ ଉଚ୍ଛେଦ ନାମରେ ପୁରୁଣା ବ୍ୟାଙ୍କ ଛକ ନିକଟରେ ଦୁଇଟି ଛୋଟ ଛୋଟ ଦୋକାନ ଗୁଡା ଓ ଚାଲକ ସଂଘର ଖର ଦାଉରୁ ରକ୍ଷା ପାଇବା ପାଇଁ ତିଆରି କରିଥିବା  ଏକ ବଖରା ଥିବା ଆଶ୍ରୟ ସ୍ଥଳ କୁ ଭାଙ୍ଗି ଦିଆଯାଇଥିବା ଘଟଣା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.